ମୁମ୍ବାଇ: ଅମୀର ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଲାଲ ସିଂ ଚଢା ଦର୍ଶକଙ୍କ ଆଶା ପୂରା କରିପାରି ନଥିଲା । ବକ୍ସ ଅଫିସରେ ଏହ ଫ୍ଲପ ହୋଇଥିଲା । ଲାଲ ସିଂ ଚଢା ରିଲିଜ ହେବା ପୂର୍ବରୁ ବଏକଟ ଟ୍ରେଣ୍ଡ୍ରେ ଥିଲା । ଏଥି ସହିତ, ଲାଲ ସିଂ ଚଢା ରିଲିଜ୍ ହେବା ପୂର୍ବରୁ ଅମୀର ନିର୍ମାତାଙ୍କ ସହ ନିଷ୍ପତ୍ତି ନେଇଥିଲେ ଯେ ଥିଏଟରରେ ରିଲିଜ ହେବାର ୬ ମାସ ପରେ ଏହାକୁ ଓଟିଟି ପ୍ଲାଟଫର୍ମକୁ ଆଣିବେ । କିନ୍ତୁ ବର୍ତ୍ତମାନ ଡିଜିଟାଲ ରିଲିଜକୁ ନେଇ ଯୋଜନା ବଦଳିଛି । ରିପୋର୍ଟ ଅନୁଯାୟୀ ଯେ ଲାଲ ସିଂ ଚଢାର ଡିଜିଟାଲ ରିଲିଜ ପାଇଁ ଅମୀର ଏବଂ ନେଟଫ୍ଲିକ୍ସ ମଧ୍ୟରେ ହୋଇଥିବା ଚୁକ୍ତି ବିଫଳ ହୋଇଛି । ଏହି ଚଳଚ୍ଚ଼ିତ୍ରଟି ନେଟଫ୍ଲିକ୍ସରେ ଡିଜିଟାଲ ରିଲିଜ ହେବ । ଏହା ୬ ମାସ ପରେ ନୁହେଁ ବରଂ ତାହା ପୂର୍ବରୁ ରିଲିଜ ହୋଇପାରେ । ଭାରତ ଅପେକ୍ଷା ବିଦେଶରେ ମଧ୍ୟ ଲାଲ ସିଂ ଚଢା ଅଧିକ ରୋଜଗାର କରିଛି ।