ପୁଣିଥରେ ମା’ ହେବାକୁ ଚାହୁଁଛନ୍ତି ମଲାଇକା

ମୁମ୍ବାଇ : ଅର୍ଜୁନ କପୁରଙ୍କ ସହ ସମ୍ପର୍କକୁ ନେଇ ସେ ସର୍ବଦା ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ମଲାଇକା ଆରୋରା ଏକ ଆଶ୍ଚର୍ୟ୍ୟଜନକ ଖୁଲାସା କରିଛନ୍ତି । ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ ସେ ଏକ ଝିଅର ମା’ ହେବାକୁ ଚାହୁଁଛନ୍ତି । ଇଟାଇମ୍ସ ସହ ବାର୍ତ୍ତାଳାପରେ ମଲାଇକା କହିଛନ୍ତି ଯେ ସେ ଏକ ଝିଅର ମା’ ହେବାକୁ ଚାହୁଁଛନ୍ତି । ଅଭିନେତ୍ରୀ କହିଛନ୍ତି, ପ୍ରତ୍ୟେକ ମାଙ୍କ ପାଇଁ ପିଲାମାନେ ପାଖରେ ରହିବା ଅତ୍ୟନ୍ତ ସୁନ୍ଦର ହୋଇଥାଏ । ତେଣୁ, ମୁଁ ଗୋଟିଏ ଝିଅ ଆଶା କରୁଛି । ମୁଁ ମୋ ପୁଅ ଅରହାନକୁ ବହୁତ ଭଲ ପାଏ କିନ୍ତୁ ମୋର ଇଚ୍ଛା ଯେ ମୋର ଗୋଟିଏ ଝିଅ ହେଉ । ଯଦି ଏହା ହୋଇ ନପାରେ, ତେବେ ମୁଁ ଏକ ଝିଅକୁ ଆଡପ୍ଟ କରିବି । ତେଣୁ ମଲାଇକା ଶୀଘ୍ର ଏକ ଝିଅକୁ ଆଡପ୍ଟ କରିପାରନ୍ତି ବୋଲି ଅନୁମାନ କରାଯାଉଛି ।