ଶାଢୀରେ ଜଲୱା ଦେଖାଯାଉଛନ୍ତି ମଲାଇକା

ଏହି ଆୱାର୍ଡ ଶୋରେ ମଲାଇକଙ୍କୁ ଟ୍ରାଡିସନାଲ ଓ ବୋଲ୍ଡ ଲୁକରେ ଦେଖିବାକୁ ମିଳିଥିଲା…

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ନିଜର ଜଲୱା ଦେଖାଇଛନ୍ତି । ମଲାଇକା ଯେତେବେଳେ ଟ୍ରାଡିସନାଲ ଲୁକ ହେଉ କିମ୍ବ ୱଷ୍ଟର୍ଣ୍ଣରେ ବାହାରକୁ ଆସନ୍ତି, ପ୍ରଶଂସକମାନେ ତାଙ୍କ ଉପରୁ ନଜର ହଟାଇ ପାରନ୍ତି ନାହିଁ । ମୁମ୍ବାଇରେ ଆୟୋଜିତ ହେଉଥିବା ଦାଦାସାହେବ ଫାଲକେ ଏକ୍ସିଲେନ୍ସ ଆୱାର୍ଡ ୨୦୨୨ରେ ମଲାଇକାଙ୍କୁ ପୁଣି ଥରେ ଦେଖିବାକୁ ମିଳିଥିଲା । ଏହି ଆୱାର୍ଡ ଶୋରେ ମଲାଇକଙ୍କୁ ଟ୍ରାଡିସନାଲ ଓ ବୋଲ୍ଡ ଲୁକରେ ଦେଖିବାକୁ ମିଳିଥିଲା । ମଲାଇକା ଏକ ଧଳା ଶାଢୀ ପିନ୍ଧିଥିବା ବେଳେ ସ୍ଲିବଲେସ ବ୍ଲାଉଜରେ ଖୁବ ସୁନ୍ଦର ଦେଖାଯାଉଥିଲେ । ମଲାଇକା ଆରୋରାଙ୍କ ଏହି ଲୁକ୍‌ ଦେଖିବା ପରେ ତାଙ୍କ ଫ୍ୟାନ୍ସ ବି ମତୁଲା ହୋଇଛନ୍ତି ।