ବ୍ୟାଚଲର ପାର୍ଟିରେ ନଜର ଆସିଲେ ମୌନି ରୟ

ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ମୌନି ନିକଟରେ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଅଭିନେତ୍ରୀ ମୌନ ସାଙ୍ଗମାନଙ୍କ ବ୍ୟାଚଲର ପାର୍ଟିର ମଜା ଉଠାଉଛନ୍ତି । ଅନ୍ୟପକ୍ଷରେ ଶୁଣିବାକୁ ମିଳୁଛି କି ଅଭିନେତ୍ରୀ ମୌନି ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

ସୂଚନାନୁସାରେ ମୌନି ଗୋଆରେ ନିଜ ସାଙ୍ଗମାନଙ୍କ ସହିତ ମଜା କରିବା ସହ କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଏହି ଫଟୋ ଗୁଡ଼ିକରେ ସମସ୍ତେ କଳା ରଙ୍ଗର ପୋଷାକ ପିନ୍ଧିଛନ୍ତି । ତେବେ ମୌନି ବିବାହ କରିବାକୁ ଯାଉଛନ୍ତି ନା ନାହିଁ ଏନେଇ ତାଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।