ମିଲିନ୍ଦ ସୋମନଙ୍କ ବିରୋଧରେ ରୁଜୁ ହେଲା ଏତଲା

ମୁମ୍ବାଇ: ବଲିଉଡ୍‌ ଅଭିନେତା ମିଲିନ୍ଦଙ୍କ ନାମରେ ଏତଲା । ନଭେମ୍ବର ୪ରେ ଅଭିନେତା ମିଲିନ୍ଦ ସୋମନ ୫୫ ବର୍ଷରେ ପାଦ ଦେଇଥିଲେ। ଜନ୍ମଦିନ ଅବସରରେ ସେ ଗୋଆ ବିଚ୍‌ରେ ଉଲଗ୍ନ ଅବସ୍ଥାରେ ଦୌଡ଼ୁଥିବାର ନଜର ଆସିଥିଲା। ପତ୍ନୀ ଅଙ୍କିତା କନୱାର ମିଲିନ୍ଦଙ୍କ ଉଲଗ୍ନ ଅବସ୍ଥାରେ ଦୌଡ଼ୁଥିବାର ଫଟୋଟି ଉଠାଇଥିବା ବେଳେ ସୋସିଆଲ ମିଡିଆରେ ସେୟାର କରିଥିଲେ ମିଲିନ୍ଦ । ଏବେ ଫଟୋଟିି ଭାଇରାଲ ହେବା ପରେ ମିଲିନ୍ଦ ସୋମନଙ୍କ ବିରୋଧରେ ଏତଲା ରୁଜୁ କରାଯାଇଛି।

ମିଳିଥିବା ସୂଚନା ମୁତାବକ, କୋଲବା ପୁଲିସ ଷ୍ଟେସନରେ ମିଲିନ୍ଦ ସୋମନଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ଧାରା ୨୯୪ ଅଶ୍ଳୀଳ କାର୍ଯ୍ୟ ଏବଂ ଗୀତ ପାଇଁ ଏବଂ ଆଇଟି ଆକ୍ଟର ଧାରା ୬୭ ଇଲେକ୍ଟ୍ରୋନିକ୍ ମିଡିଆ‌ରେ ଅଶ୍ଳୀଳ ସାମଗ୍ରୀ ପ୍ରକାଶ ଏବଂ ବାଣ୍ଟିବା ବିରୋଧରେ ଲଗାଯାଇଥାଏ। ଏହା ପୂର୍ବରୁ ଗୋଆରେ ନଗ୍ନ ସୁଟିଂ ପାଇଁ ମଡେଲ-ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ବିରୋଧରେ ନିକଟରେ ଏକ ଏତଲା ପଞ୍ଜିକୃତ ହୋଇଥିଲା। ସରକାରଙ୍କ ଜଳ କାର୍ଯ୍ୟ ବିଭାଗ ଅଭିଯୋଗ କରିବା ପରେ ପୁନମଙ୍କ ବିରୋଧରେ ଏତଲା ରୁଜୁ ହୋଇଥିଲା ।