ହିନ୍ଦୀ ଭର୍ସନରେ ବିକ୍ରି ହେଲା ଫିଲ୍ମ ‘ପୋନିୟିନ୍‌ ସେଲଭାନ୍‌’

ଏହି ଫିଲ୍ମକୁ ନେଇ ବଡ ଅପଡେଟ ସାମ୍ନାକୁ ଆସିଛି…..

ମୁମ୍ବାଇ : ବର୍ତ୍ତମାନ ସାରା ଦେଶରେ ସାଉଥ ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରି ଆସୁଛି । ବର୍ତ୍ତମାନ ସାଉଥ ଫିଲ୍ମ ବିଗ ବଜେଟ ଚଳଚ୍ଚିତ୍ର ପୋନିୟିନ୍‌ ସେଲଭାନ ଚର୍ଚ୍ଚାରେ ଅଛି । ଏଥିରେ ଜବରଦସ୍ତ ଭିଜୁଲ, ଭିଏଫଏକ୍ସ ଏବଂ ଷ୍ଟାର୍‌ କାଷ୍ଟରେ ସଜ୍ଜିତ ଏହି ଚଳଚ୍ଚିତ୍ର ଫିଲ୍ମ ବିକ୍ରମ ବେଧାକୁ ଟକ୍କର ଦେବାକୁ ଯାଉଛି । ଏହି ଦୁଇଟି ଫିଲ୍ମ ୩୦ ସେପ୍ଟେମ୍ବରରେ ରିଲିଜ ହେବ । ଏହି ଫିଲ୍ମକୁ ନେଇ ବଡ ଅପଡେଟ ସାମ୍ନାକୁ ଆସିଛି । ନିର୍ଦ୍ଦେଶକ ମଣି ରତ୍ନାମଙ୍କ ଏହି ଗ୍ରାଣ୍ଡ ପ୍ରୋଜେକ୍ଟର ହିନ୍ଦୀ ଭର୍ସନର ରାଇଟସ୍‌ ବିକ୍ରି ହୋଇସାରିଛି । ରିପୋର୍ଟ ଅନୁଯାୟୀ, ମାରୁଧର ଏଣ୍ଟରଟେନମେଣ୍ଟ ଏହି ଫିଲ୍ମର ହିନ୍ଦୀ ଡିସଟ୍ରିବ୍ୟୁସନ ରାଇଟସକୁ ୭.୫୦ କୋଟିରେ କିଣିଛି । ୫୦୦ କୋଟି ଟଙ୍କା ବଜେଟରେ ନିର୍ମିତ ପୋନିୟାନ୍‌ ସେଲଭାନ୍‌ ତାମିଲ, ହିନ୍ଦୀ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମ ଭାଷାରେ ମଧ୍ୟ ରିଲିଜ ହେବ ।