ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନେହା ଧୁପିଆ ପ୍ରଶଂସକଙ୍କୁ ପୁଣି ଥରେ ଖୁସି ଖବର ଦେଇଛନ୍ତି । ସେ ପୁଣି ଥରେ ମାଆ ବନିବାକୁ ଯାଉଛନ୍ତି ନେହା । ଏନେଇ ନେହା ତାଙ୍କ ସୋସିଆଲ ମିଡିଆରେ ସ୍ୱାମୀ ଅଙ୍ଗଦ, ଝିଅ ନେହାଙ୍କ ସହ ନିଜର ଏକ ଫଟୋ ସେୟାର କରି ଏହି ଖବର ଦେଇଛନ୍ତି । ଯେଉଁଥିରେ ନେହା ଏକ କଳା ରଙ୍ଗର ଗାଉନ ପିନ୍ଧିଛନ୍ତି । ସେଥିରେ ସ୍ପଷ୍ଟ ଭାବେ ନେହାଙ୍କ ବେବି-ବମ୍ପ୍ ଦେଖିବାକୁ ମିଳିଛି ।