ଫଟା ଡ୍ରେସ ପିନ୍ଧି ପୁଣି ଚର୍ଚ୍ଚାରେ ନିଆ ଶର୍ମା

ମୁମ୍ବାଇ : ଟିଭି ଅଭିନେତ୍ରୀ ନିଆ ଶର୍ମା ବୋଲ୍ଡନେସକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ନିଆ ସବୁବେଳେ ନିଜର ବୋଲ୍ଡନେସ୍‌ ପାଇଁ ଛୋଟ ବେଶ୍‌ ଜଣାଶୁଣା । ହେଲେ ପୂର୍ବରୁ ନିଆ ବ୍ୟାକଲେସ୍‌ ଡ୍ରେସ୍‌ ପିନ୍ଧି ଟ୍ରୋଲରଙ୍କ ଶିକାର ହୋଇଥିଲେ । ବର୍ତ୍ତମାନ ସେ ତାଙ୍କର ଆଉ ଏକ ବୋଲ୍ଡ ଫଟୋ ସେୟାର କରି ସୋସିଆଲ ମିଡିଆରେ ପୁଣି ଥରେ ଟ୍ରୋଲ ହୋଇଛନ୍ତି । ଫଟା ଡ୍ରେସ ପିନ୍ଧିଥିବା ଫଟୋ ନିଜ ଇନଷ୍ଟାଗ୍ରାମରେ ସେୟାର କରିଥିଲେ ନିଆ । ଏହାକୁ ଦେଖି ନିଆଙ୍କ ଫ୍ୟାନ୍ସମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ।