ନିଆଙ୍କ ହଟ୍‌ ଫଟୋସୁଟ୍‌ ନିଶା ଛାଡୁନି

ଏହି ଫଟୋ ଷ୍ଟାଇଲିସ ଅନ୍ଦାଜରେ ନଜର ଆସିଛନ୍ତି ନିଆ…

ମୁମ୍ବାଇ: ନିଆ ଶର୍ମାଙ୍କ ଗ୍ଲାମରସ ଲୁକ ସୋସିଆଲ ମିଡିଆରେ ପୁଣି ଜଲୱା ଦେଖାଇଛି । ଟିଭି ଇଣ୍ଟଷ୍ଟ୍ରିରେ ଚର୍ଚ୍ଚିତ ଚେହେରାଙ୍କ ମଧ୍ୟରେ ଅନ୍ୟତମ ନିଆ ଶର୍ମା । ସବୁ ବେଳେ ନିଜର ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ଥାଆନ୍ତି ନିଆ । ଆଉ ଏବେ ନିଆ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି । ଏହି ଫଟୋ ଷ୍ଟାଇଲିସ ଅନ୍ଦାଜରେ ନଜର ଆସିଛନ୍ତି ନିଆ । ସେପଟେ ନିଆ ଶର୍ମାଙ୍କୁ ଫଟୋକୁ ନେଇ ଫ୍ୟାନ୍ସମାନେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । କିଏ ପ୍ରଂଶସା କରୁଥିବା ବେଳେ ଆଉ କିଏ ସମାଲୋଚନା କରୁଛନ୍ତି । ସୂଚନାଯୋଗ୍ୟ ଯେ, ୨୦୧୦ରେ ଷ୍ଟାର ପ୍ଲସରେ ଆରମ୍ଭ ହୋଇଥିବା ସିରିୟଲ କାଲି-ଏକ ଅଗ୍ନିପରୀକ୍ଷା ଜରିଆରେ ଟିଭି ଜଗତରେ ପାଦ ଦେଇଥିଲେ ନିଆଁ ଶର୍ମା ।