ଖିଲାଡି ଷ୍ଟାରଙ୍କଠାରୁ ଆକ୍ଟିଂ ଶିଖିବେ ପରିଣୀତି
ଏହି ଫିଲ୍ମରେ ମୋତେ ଯେଉଁ ଭୂମିକାଟି ମିଳିଛି ତାହାକୁ ତୁଲାଇବା ଏତେ ସହଜ ନୁହେଁ….
ମୁମ୍ବାଇ: ପରିଣୀତି ଚୋପ୍ରା ଏବେ ଚାରିଆଡେ଼ ଅକ୍ଷୟ କୁମାରଙ୍କ ପ୍ରଶଂସା କରି ବୁଲୁଛନ୍ତି । କାରଣ ସେ ଅଭିନୟ କରିବାକୁ ଯାଉଥିବା ଏକ ନୂଆ ସିନେମାର ମେଲ ଲିଡରେ ଅକ୍ଷୟ କୁମାର ଅଭିନୟ କରିବାର ଯୋଜନା ରହିଛି । ଏ ନେଇ ସେ କହନ୍ତି ଅକ୍ଷୟ କୁମାରଙ୍କ ପରି ଅଭିନେତାଙ୍କ ସହ କାମ କରିବାର ମଜା ନିଆରା । ଏହି ଫିଲ୍ମରେ ମୋତେ ଯେଉଁ ଭୂମିକାଟି ମିଳିଛି ତାହାକୁ ତୁଲାଇବା ଏତେ ସହଜ ନୁହେଁ । କାରଣ ଏଥିରେ ମୋତେ କେତୋଟି ଫାଇଟ ସିନ ପାଇଁ ଶଟ ଦେବାକୁ ପଡ଼ିବ । ଏ କଥା ଯେତେବେଳେ ଅକ୍ଷୟ ଜାଣିଲେ ସେ ତାଙ୍କ ପଟରୁ ମୋତେ ସହଯୋଗର ହାତ ବଢ଼ାଇଛନ୍ତି ।
ମୋତେ ମିଳୁଥିବା ଭୂମିକାଟି ବଡ଼ ହୋଇଥାଉ କି ଛୋଟ ସେଗୁଡ଼ିକୁ ସବୁବେଳେ ମୁଁ ଗୁରୁତ୍ୱର ସହ ନେଇଥାଏ । ଅକ୍ଷୟଙ୍କ ନିକଟକୁ ମୋତେ ଆକ୍ଟିଂ ବିଷୟରେ ଅନେକ କିଛି ଶିଖିବାର ଅଛି । ତେବେ ଅକ୍ଷୟଙ୍କ ସହ ତାଙ୍କର ଯୋଡ଼ିକୁ ଦର୍ଶକ କିପରି ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।