ଖୁସିରେ ଉଛୁଳୁଛନ୍ତି ପୂଜା ହେଗଡେ

ଏହି ଚଳଚିତ୍ରଟି ଦର୍ଶକଙ୍କୁ ଭଲ ଲାଗିବ ବୋଲି ମୋର ଆଶା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପୂଜା ହେଗଡଙ୍କ ଖୁସି କହିଲେ ନ ସରେ । କଥା କ’ଣ କି ସମାଜ ସେବା ଉପରେ ପର୍ଯ୍ୟବେସିତ ଏକ ଫିଲ୍ମରେ ସେ ଅଭିନୟ କରିବାକୁ ଯାଉଛନ୍ତି । ଏଭଳି ଏକ ଭୂମିକା ସମ୍ପର୍କରେ ପୂଜା କହନ୍ତି, ‘ଜଣେ ଗାଉଁଲୀ ନାରୀ ସମାଜସେବା କରିବାକୁ ଆଗଭର ହୋଇଛି । ଏପରି କି ନିଜ ପରିବାରର କିଛି ସଦସ୍ୟ ମଧ୍ୟ ତାକୁ ବିରୋଧ କରିଛନ୍ତି । ହେଲେ ସେ ନିଜ ଲକ୍ଷ୍ୟ ସାଧନ କରିବାକୁ ଅଣ୍ଟା ଭିଡ଼ିଛି । ଏହି ଚଳଚିତ୍ରଟି ଦର୍ଶକଙ୍କୁ ଭଲ ଲାଗିବ ବୋଲି ମୋର ଆଶା । ପୂଜା ଅଭିନୟ କରିଥିବା ତଥା ଚଳିତ ବର୍ଷ ରିଲିଜ ଅପେକ୍ଷାରେ ଥିବା ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି ‘ସର୍କସ’ ଏବଂ ‘କଭି ଇଦ କଭି ଦିୱାଲି’ ।