ମୁମ୍ବାଇ: ଅଲୁ ଅର୍ଜୁନଙ୍କ କ୍କ୍ ବଷ୍ଟର ହିଟ୍ ‘ପୁଷ୍ପା’ ହାତେଇଲା ‘ଫିଲ୍ମ ଅଫ୍ ଦି ଇୟର’ ଆୱାର୍ଡ । ରବିବାର ଦିନ ଦାଦାସାହେବ ଫାଲକେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପୁରସ୍କାର ୨୦୨୨ ସମାରୋହରେ ଅଲୁ ଅର୍ଜୁନଙ୍କ ବ୍ଲକବଷ୍ଟର ହିଟ୍ ‘ପୁଷ୍ପା: ଦି ରାଇଜ୍’ ଫିଲ୍ମ ଅଫ୍ ଦି ଇୟର ‘ସମ୍ମାନିତ କରିଛି । ଦାଦାସାହେବ ଫାଲକେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ଯୋଗେ ଏହି ସୂଚନା ଦିଆଯାଇଛି ।
ସୁକୁମାରଙ୍କ ନିର୍ଦ୍ଦେଶିତ ‘ପୁଷ୍ପା: ଦି ରାଇଜ୍’ ଡିସେମ୍ବର ୧୭ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ଏବଂ ଏହାକୁ ଖୁବ୍ ପସନ୍ଦ କରିଥିଲେ ସିନେପ୍ରେମୀ । ମୁଥାମସେଟ୍ଟି ମିଡିଆ ସହ ମିଳିତ ଭାବରେ ମିଥ୍ରି ମୁଭି ମେକର୍ସର ନବୀନ ୟର୍ନେନି ଏବଂ ୱାଇ ରବି ଶଙ୍କର ଏହାକୁ ପ୍ରସ୍ତୁତ କରିଛନ୍ତି । ପୁଷ୍ପ ରାଜ ଭାବରେ ଆଲୁ ଅର୍ଜୁନଙ୍କ ଅଭିନୀତ ଏହି ଚଳଚ୍ଚିତ୍ରରେ ଶ୍ରୀଭଲିଙ୍କ ମୁଖ୍ୟ ଭୂମିକାରେ ରଶମିକା ମନ୍ଦନା ମଧ୍ୟ ଅଭିନୟ କରିଛନ୍ତି ।