‘ବିକ୍ରମ ବେଧା’ରେ ଜବରଦସ୍ତ ଆକ୍ସନ ଦେଖାଇବେ ରାଧିକା
ଆଗକୁ ତାଙ୍କୁ ହ୍ରିତିକ ରୋଶନ ଓ ସୈଫ ଅଲ୍ଲୀ ଖାନଙ୍କ ସହିତ ‘ବିକ୍ରମ ବେଧା’ରେ ଦେଖିବାକୁ ମିଳିବ…
ମୁମ୍ବାଇ : ବଲିଉଡରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଅଭିନେତ୍ରୀଙ୍କ ମଧ୍ୟରେ ରାଧିକା ଆପ୍ତ ଅନ୍ୟତମ । ଆଗକୁ ତାଙ୍କୁ ହ୍ରିତିକ ରୋଶନ ଓ ସୈଫ ଅଲ୍ଲୀ ଖାନଙ୍କ ସହିତ ‘ବିକ୍ରମ ବେଧା’ରେ ଦେଖିବାକୁ ମିଳିବ । ନିକଟରେ ଫିଲ୍ମର ସୁଟିଂ ଶେଷ ହୋଇଛି । ଏ ସମ୍ପର୍କରେ ରାଧିକା କହିଛନ୍ତି, ‘ବିକ୍ରମ ବେଧା’ରେ ମୋତେ ଜଣେ ଓକିଲଙ୍କ ଭୂମିକାରେ ଦେଖିବାକୁ ମିଳିବ । ମୋର ପୂରା କ୍ୟାରିୟର ମଧ୍ୟରେ ଏହା ସମ୍ପୂର୍ଣ୍ଣ ନିଆରା ଓ ଚ୍ୟାଲେଞ୍ଜିଂ ଭୂମିକା । ମୁଁ ପାରୁ ର୍ଯ୍ୟନ୍ତ ମୋର ଚରିତ୍ରକୁ ନ୍ୟାୟ ଦେବାକୁ ଚେଷ୍ଟା କରିଛି । ଚଳିତବର୍ଷ ସେପ୍ଟେମ୍ବର ୩୦ ତାରିଖରେ ଫିଲ୍ମଟି ରିଲିଜ ହେବ ।