ଆସନ୍ତା ମାସରେ ବାହା ହେବେ ରାଜକୁମାର

ମୁମ୍ବାଇ: ବଲିଉଡ୍‌ର ସଫଳ ଅଭିନେତା ହେଉଛନ୍ତି ରାଜକୁମାର ରାଓ । ଆସନ୍ତା ମାସରେ ତାଙ୍କର ବାହାଘର ହେବ ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି । ତେବେ ରାଜକୁମାରଙ୍କ ପକ୍ଷରୁ ଏନେଇ କିଛି କୁହାଯାଇ ନାହିଁ । ପ୍ରକାଶିତ ଖବର ଅନୁଯାୟୀ ଆସନ୍ତା ୧୦ କିମ୍ବା ୧୧ରେ ରାଜକୁମାରଙ୍କ ବାହାଘର ହେବ । ଏନେଇ କିଛି ବଛା ବଛା ସେଲେବ୍ରିଟିଙ୍କୁ ନିମନ୍ତ୍ରଣ କରାଯାଇଥିବା ଜଣାପଡିଛି । ତେବେ ବାହାଘରକୁ ଅଧିକ ଲୋକଙ୍କୁ ଡାକିନଥିବା ଜଣାପଡିଛି । ରାଜକୁମାର ଓ ପତ୍ରଲେଖା ପାଉଲ ତାଙ୍କର ସଂପର୍କ ବିଷୟରେ ସମସ୍ତେ ଜାଣନ୍ତି । ଉଭୟ ପରସ୍ପରକୁ ଭଲଭାବେ ଜାଣନ୍ତି । ସେମାନେ ଲିଭ୍‌ ଇନ୍‌ରେ ମଧ୍ୟ ରହୁଛନ୍ତି । ପତ୍ରଲେଖା ୨୦୧୪ରେ ହଂସଲ ମେହତାଙ୍କ ଫିଲ୍ମ ‘ସିଟିଲାଇଟସ’ରେ ଡେବ୍ୟୁ କରିଥିଲେ । ଏଥିରେ ରାଜକୁମାର ରାଓ ମଧ୍ୟ ଥିଲେ ।