ମୋ ସ୍ୱାମୀଙ୍କୁ ସଲମାନ ହିଁ ଠିକ କରିପାରିବେ: ରାକ୍ଷୀ

ମୁମ୍ବାଇ : ବର୍ତ୍ତମାନ ରାକ୍ଷୀ ଏପରି କିଛି କହିଛନ୍ତି ଯାହାକୁ ନେଇ ଚର୍ଚ୍ଚା ହେଉଛି । ରାକ୍ଷୀ କହିଛନ୍ତି ଯେ ତାଙ୍କ ସ୍ୱାମୀ ରିତେଶ ଜଣେ ଅହଂକାରୀ ବ୍ୟକ୍ତି ଏବଂ ସଲମାନ ଖାନ ହିଁ ତାଙ୍କୁ ଠିକ କରିପାରିବେ । ରାକ୍ଷୀ ଏକ ଇଣ୍ଟରଭ୍ୟୁ ସମୟରେ ଏହି କଥା କହିଛନ୍ତି । ରାକ୍ଷୀ କହିଛନ୍ତି ଯେ, ‘ମୁଁ ବିଗ ବସ ନିର୍ମାତାମାନଙ୍କୁ ଅନୁରୋଧ କରୁଛି, ରିତେଶଙ୍କୁ କାନାଡାରୁ ଆଣିବା ପାଇଁ ବ୍ୟବସ୍ଥା କରନ୍ତୁ ଏବଂ ତାଙ୍କ ସହ ସୋ’ରେ ଭାଗ ନେବାକୁ ମୋତେ ସୁଯୋଗ ଦିଅନ୍ତୁ । ରାକ୍ଷୀ ଆହୁରି ମଧ୍ୟ କହିଛନ୍ତି, ମୋ ସ୍ୱାମୀଙ୍କର ବହୁତ ଇଗୋ ଅଛି ଏବଂ ସଲମାନ ଖାନ ସାର୍‌ ଆଉ ବିଗ୍‌ ବସ୍‌ ହିଁ ତାଙ୍କୁ ଠିକ କରିପାରିବେ । ବିଗ ବସ ଘରକୁ ଯିବା ପରେ ଅନେକ ଲୋକଙ୍କ ଦିମାଗ ଠିକ୍‌ ହୋଇଯାଇଛି ।