ରଣବୀରଙ୍କ ସମର୍ଥନରେ ବାହାରିଲେ ରାମ ଗୋପାଲ
ରଣବୀରଙ୍କ ଏହି ନ୍ୟୁଡ ଫଟୋକୁ ନେଇ ରାମ ଗୋପାଲ ଲିଙ୍ଗଗତ ସମାନତା ସହ ଯୋଡିଛନ୍ତି….
ମୁମ୍ବାଇ: ବଲିଉଡର ହ୍ୟାଣ୍ଡସମ ରଣବୀର ସିଂହ ନ୍ୟୁଡ ଫଟୋସୁଟ ଯେବେଠୁ କରାଇଛନ୍ତି, ସେବେଠୁ ତାଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି । ଅନେକ ତାଙ୍କୁ ଟ୍ରୋଲ କରୁଛନ୍ତି । ସେହିପରି ତାଙ୍କୁ ଏଥିପାଇଁ କିଛି ସମଥର୍ନ ମଧ୍ୟ କରିଛନ୍ତି । ଏବେ ଏହି ତାଲିକାରେ ଯୋଡି ହୋଇଛନ୍ତି ବଲିଉଡର ନିର୍ଦ୍ଦେଶକ ରାମ ଗୋପାଲ ବର୍ମା । ତାଙ୍କୁ ରଣବୀରଙ୍କ ଏହି ଫଟୋ ପସନ୍ଦ ଆସିଛି । କେବଳ ସେତିକି ନୁହେଁ ଟ୍ରୋଲର୍ସଙ୍କୁ ମୁହଁତୋଡ ଜବାବ ମଧ୍ୟ ଦେଇଛନ୍ତି । ରଣବୀରଙ୍କ ଏହି ନ୍ୟୁଡ ଫଟୋକୁ ନେଇ ରାମ ଗୋପାଲ ଲିଙ୍ଗଗତ ସମାନତା ସହ ଯୋଡିଛନ୍ତି । ସେ କହିଛନ୍ତି ଯଦି ମହିଳାମାନେ ନିଜର ସେକ୍ସି ବଡିକୁ ଦେଖାଇପାରନ୍ତି ତେବେ ପୁରୁଷମାନେ କାହିଁକି ନୁହେଁ ।
ଏକ ସାକ୍ଷାତକାରରେ ସେ କହିଛନ୍ତି, ‘ମୁଁ ଭାବୁଛି ଏହା ହେଉଛି ରଣବୀରଙ୍କ ଲିଙ୍ଗଗତ ସମାନତା ପାଇଁ ନ୍ୟାୟ ଦାବି । ଯଦି ମହିଳାମାନେ ନିଜ ଦେହ ଦେଖାଇପାରନ୍ତି, ତେବେ ପୁରୁଷମାନେ କାହିଁକି କରିପାରିବେ ନାହିଁ । ମହିଳାମାନଙ୍କ ପରି ପୁରୁଷମାନଙ୍କର ମଧ୍ୟ ସମାନ ଅଧିକାର ରହିବା ଉଚିତ । କେବଳ ସେତିକି ନୁହେଁ ରଣବୀରଙ୍କ ଏହି ନ୍ୟୁଡ ଫଟୋ ବେଶ୍ ପସନ୍ଦ ଆସିଥିବା ମଧ୍ୟ କହିଛନ୍ତି ।