ନଗ୍ନ ଫଟୋସୁଟ କରି ବିବାଦରେ ରଣବୀର

ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା….

ମୁମ୍ବାଇ: ଅଭିନେତା ରଣବୀର ସିଂହ ମାଗାଜିନ ପାଇଁ ନଗ୍ନ ଫଟୋସୁଟ କରି ଅଡୁଆରେ ପଡିଛନ୍ତି । ମହିଳାଙ୍କ ଭାବନାକୁ ଆଘାତ ହେଇଥିବା ଅଭିଯୋଗରେ ଅଭିନେତାଙ୍କ ବିରୋଧରେ ପୁଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି । ତାଙ୍କ ବିରୋଧରେ ଏକ ସଂଗଠନର ଜଣେ ମହିଳା କର୍ମୀ ଓ ଜଣେ ମହିଳା ଓକିଲଙ୍କ ଦ୍ୱାରା ଅଭିଯୋଗ ହୋଇଛି । ଉଲ୍ଲେଖଯୋଗ୍ୟ, ଲୋକପ୍ରିୟ ଫେସନ ପତ୍ରିକା ପେପର ମାଗାଜିନ ପାଇଁ ରଣବୀର ନଗ୍ନ ଫଟୋସୁଟ କରିଥିଲେ । ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।