ବକ୍ସ ଅଫିସରେ ମାଟି କାମୁଡିଲା ରଣବୀରଙ୍କ ଫିଲ୍ମ ‘ଶମଶେରା’

ରଣବୀର କପୁରଙ୍କ ଫିଲ୍ମ ବକ୍ସ ଅଫିସରେ ହୋଇ ପାରିଲେ ନାହିଁ ପ୍ରକୃତ…

ନୂଆଦିଲ୍ଲୀ: ରଣବୀର କପୁରଙ୍କ ଫିଲ୍ମ ବକ୍ସ ଅଫିସରେ ହୋଇ ପାରିଲେ ନାହିଁ ପ୍ରକୃତ ଶମଶେରା । ହେଲେ ଅବଶୋଷର କଥା ୧୫୦ କୋଟି ବଜେଟ୍‌ରେ ନିର୍ମିତ ଶମଶେରା ପାଇଁ ୫୦ କୋଟି ଟଙ୍କା ଆୟ କରିବା ମୁସ୍କିଲ । ୟଶରାଜ ବ୍ୟାନରର ଏହା କ୍ରମାଗତ ଚତୁର୍ଥ ଫ୍ଲପ୍‌ ଫିଲ୍ମ । ବ୍ୟାନରକୁ ସବୁଠୁ ବଡ କ୍ଷତି ହେଲା ସିନେମାଘର ପର୍ଯ୍ୟନ୍ତ ଦର୍ଶକ ଆସୁନାହାନ୍ତି । ବହୁତ କମ ଆୟ ସହିତ ଶମଶେରା ସବୁଠୁ ବଡ ଫ୍ଲପ୍‌ ଫିଲ୍ମ ସୂଚୀରେ ସାମିଲ୍‌ ହୋଇଯାଇଛି ।

ପ୍ରଶ୍ନ ଉଠୁଛି ଜବରଦସ୍ତ ଟ୍ରେଣ୍ଡ, ଏ ଲିଷ୍ଟର୍ସ କାଷ୍ଟିଂ, ଚମତ୍କାର ଅଭିନୟ ସତ୍ୱେ ବି ଫିଲ୍ମ କେଉଁଠି ଫେଲ ମାରିଲା । ନିର୍ମାତା କେଉଁଠି ଭୁଲ୍‌ କଲେ ଯେ, ଶମଶେରା ଧରାଶାୟୀ ହେଲା । ଶମଶେରା ଫିଲ୍ମର ଟାଇଟଲ୍‌ରେ ଯେଉଁ ଦମ୍‌ ରହିଛି ତାହା ଫିଲ୍ମରେ ଦେଖିବାକୁ ମିଳିନାହିଁ । ପୁରୁଣା ଫର୍ମୁଲାରେ ଫିଲ୍ମ ଚଲାଇବାର ଏହି ପ୍ରୟୋଗ ଏବେ ଶମଶେରାକୁ ଧରାଶାୟୀ କରି ଦେଇଛି । ଏହି ଫିଲ୍ମକୁ ନେଗେଟିଭ୍‌ ରିଭ୍ୟୁ ମିଳିଛି ।