ମୁମ୍ବାଇ : ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ସହିତ ମିସନ୍ ମଞ୍ଜୁ ଜରିଆରେ ଖୁବ୍ଶୀଘ୍ର ବଲିଉଡ୍ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଅଭିନେତ୍ରୀ ରଶ୍ମିକା ମନ୍ଦନା । ବଲିଉଡରେ ଡେବ୍ୟୁ ଫିଲ୍ମ ମୁକ୍ତିଲାଭ ପୂର୍ବରୁ ରଶ୍ମିକା ଆଉ ଏକ ଫିଲ୍ମ ସାଇନ କରିଛନ୍ତି, ଯାହାର ଟାଇଟଲ ଗୁଡବାଏ । ଏଥିରେ ବିଗ ବି ଅମିତାଭ ଓ ନୀନା ଗୁପ୍ତାଙ୍କ ସହ ସେ ସ୍କ୍ରିନ୍ ଶେୟାର କରିଛନ୍ତି । ନିକଟରେ ସେମାନେ ମୁମ୍ବାଇ ସ୍କିଡ୍ୟୁଲର ସୁଟିଂ ଶେଷ କରିଛନ୍ତି । ଏବେ ରଶ୍ମିକା ଆଉ ଏକ ଫିଲ୍ମର ସୁଟିଂ ପାଇଁ ହାଇଦ୍ରାବାଦରେ ପହଞ୍ଚିଛନ୍ତି । ଏବେ ଏକାଧିକ ଫିଲ୍ମର ସୁଟିଂକୁ ନେଇ ରଶ୍ମିକା ଏବେ ବହୁତ ବ୍ୟସ୍ତ ଅଛନ୍ତି । ତେବେ ବଲିଉଡକୁ ଆସିବା ପୂର୍ବରୁ ଅନେକ ବଲିଉଡ୍ ନାୟିକାଙ୍କ କାମକୁ ସେ ଖୁବ ପ୍ରଶଂସା କରିଛନ୍ତି ।