ମୁମ୍ବାଇ: ବଲିଉଡ କ୍ରିସ ଅଭିନେତା ହ୍ରିତିକ ରୋଶନ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହୁଛନ୍ତି । ହ୍ରିତିକ ରୋଶନ ତାଙ୍କ ପ୍ରଥମ ପତ୍ନୀ ସୁଜେନଙ୍କୁ ଛାଡପତ୍ର ଦେବା ପରେ ଏବେ ପୁଣିଥରେ ସେ ପ୍ରେମରେ ପଡିଛନ୍ତି ବୋଲି ବି ଟାଉନରେ ଜୋରଦାର ଚର୍ଚ୍ଚା ଚାଲିଛି । କାରଣ ସେ ଅଭିନେତ୍ରୀ ସବା ଆଜାଦଙ୍କୁ ଡେଟ କରୁଛନ୍ତି । ଉଭୟଙ୍କୁ ଏବେ ହ୍ରିତିକଙ୍କ ନିଜ ବାସଭବନରେ ଏକାଠି ଡିନରେ ଦେଖିବାକୁ ମିଳିଥିଲା । ଯାହା ଲୋକଙ୍କୁ ଚର୍ଚ୍ଚାର ଖୋରାକ ଯୋଗାଇଥିଲା । ତେବେ ଏପର୍ଯ୍ୟନ୍ତ ହ୍ରିତିକ-ସବା ସେମାନଙ୍କ ସମ୍ପର୍କକୁ ନେଇ ସ୍ପଷ୍ଟ ଭାବେ କିଛି କହିନାହାନ୍ତି ।
ଅନ୍ୟପକ୍ଷରେ ହ୍ରିତିକ ସବାଙ୍କ ପାଇଁ ଏକ ପୋଷ୍ଟ ସେୟାର କରିଛନ୍ତି, ଯାହା ଜୋରଦାର ଭାଇରାଲ ହୋଇଥିଲା । ଏହି ପୋଷ୍ଟ ପରେ ପ୍ରଶଂସକମାନେ ପୁଣିଥରେ ଦୁହିଁଙ୍କ ସମ୍ପର୍କ ନେଇ ଆଲୋଚନା କରିଛନ୍ତି । ଏକ ରିପୋର୍ଟରେ କୁହାଯାଉଛି କି, ହ୍ରିତିକ ତାଙ୍କ ସମ୍ପର୍କକୁ ନେଇ ଉତ୍ସାହିତ ଅଛନ୍ତି । ସେହିପରି ସେମାନେ ଅଧିକ ସମୟ ବିତାଇବାକୁ ଚାହୁଁଥିବା ଜଣାପଡିଛି ।