ସଲମାନଙ୍କୁ ମିଳିଲା ବନ୍ଧୁକ ଲାଇସେନ୍ସ

ଏଭଳି ପରିସ୍ଥିତିରେ ସଲମାନଙ୍କୁ ବନ୍ଧୁକ ପାଇଁ ଲାଇସେନ୍ସ ମିଳି ଯାଇଛି….

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କୁ ମିଳିଛି ବନ୍ଧୁକ ଲାଇସେନ୍ସ । ଜୀବନ ପ୍ରତି ବିପଦ ଥିବାରୁ ମୁମ୍ବାଇ ପୋଲିସ କମିଶନରଙ୍କୁ ଭେଟି ବନ୍ଧୁକ ପାଇଁ ଆବେଦନ କରିଥିଲେ । ବର୍ତ୍ତମାନ ତାହା ତାଙ୍କୁ ଯୋଗାଇ ଦିଆଯାଇଛି । ନିକଟରେ ସଲମାନ ମୁମ୍ବାଇ ପୋଲିସ କମିଶନରଙ୍କୁ ଭେଟିଥିଲେ । ସେଠାରେ ସଲମାନ ଅସ୍ତ୍ର ଲାଇସେନ୍ସ ପାଇଁ ପୋଲିସ କମିଶନରଙ୍କୁ ଭେଟି ଆବେଦନ କରିଥିଲେ । ଏଭଳି ପରିସ୍ଥିତିରେ ସଲମାନଙ୍କୁ ବନ୍ଧୁକ ପାଇଁ ଲାଇସେନ୍ସ ମିଳି ଯାଇଛି । ଏହାବତୀତ ସଲମାନ ମଧ୍ୟ ତାଙ୍କ ଗାଡିକୁ ଅପଗ୍ରେଡ କରିଛନ୍ତି । ତାଙ୍କ କାରରେ କିଛି ଆର୍ମସ ସହିତ କାର ବୁଲେଟପ୍ରୁଫ ତିଆରି କରିଛନ୍ତି । ଅର୍ଥାତ୍‌? ସଲମାନଙ୍କ କାର ବର୍ତ୍ତମାନ ବୁଲେଟ୍‌ ପ୍ରୁଫ୍‌ ।