କାହାଣୀ ଶୁଣି ଇମୋଶନାଲ ହେଲେ ସାନ୍ୟା

ମୁମ୍ବାଇ: ସାନ୍ୟା ମାଲହୋତ୍ରା କେତେ ଇମୋଶନାଲ ତାହା ନିକଟରେ ଦେଖିବାକୁ ମିଳିଥିଲା । ନିକଟରେ ଜଣେ ନୂଆ ପ୍ରଯୋଜକ ତାଙ୍କୁ ସାଇନ କରାଇବାକୁ ଯାଇଥିଲେ । ପ୍ରଯୋଜକ ଯେତେବେଳେ ତାଙ୍କୁ କାହାଣୀ ଶୁଣାଣିଲେ ସେ ତାହାକୁ ବେଶ ଆଗ୍ରହର ସହ ଶୁଣିଥିଲେ । ହେଲେ ଠିକ କାହାଣୀର ଶେଷ ପର୍ଯ୍ୟାୟବେଳକୁ ସାନ୍ୟାଙ୍କ ଆଖି ଛଳଛଳ ହୋଇଯାଇଥିଲା । ଏଭଳି ଘଟଣା ସମ୍ପର୍କରେ ସାନ୍ୟା କହନ୍ତି ଏହି କାହାଣୀରେ ଦମ ରହିଛି ।

ଏହାକୁ ଶୁଣିବା ସମୟରେ ମୁଁ ସେଥିରେ ବେଶ ମଜ୍ଜି ଯାଇଥିଲି । ହେଲେ ଶେଷ ପର୍ଯ୍ୟାୟରେ ମୁଁ ଇମୋଶନାଲ ହୋଇଯାଇଥିଲି । ଏହା ଦେଖି ପ୍ରଯୋଜକ ଟିକେ ବ୍ୟସ୍ତ ହୋଇପଡ଼ିଲେ । ଏହି ଫିଲ୍ମରେ ଜଣେ ଯୁବତୀ ନିଜ ପରିବାର ଚଳାଇବାକୁ କିପରି ସଂଘର୍ଷ କରୁଛି ତାହା ଦର୍ଶକ ଦେଖିବାକୁ ପାଇବେ ।