ମୁମ୍ବାଇ: ଶେହନାଜ ଗିଲ ଟେଲିଭିଜନ ଜଗତରେ ରାଜ କରିବା ପରେ ଏବେ ବଡ଼ ପରଦାରେ ଦେଖାଇବେ ନିଜର ଜଲୱା । ଆସନ୍ତା ବଷ ନିଜ ଫ୍ୟାନମାନଙ୍କୁ ଦେବେ ବଡ଼ ଗିଫ୍ଟ । ୨୦୨୩ରେ ଶେହନାଜଙ୍କ ଫୁଲ ଏଣ୍ଟରଟେନମେଣ୍ଟ ଫିଲ୍ମ ପରଦାକୁ ଆସିବ । ଜନ ଅବ୍ରାହମଙ୍କ ସହ ଶେହନାଜ ନିଜର ବଲିଉଡ ଡେବ୍ୟୁ କରିବେ ବୋଲି ଶୁଣିବାକୁ ମିଳୁଛି । ଶେହନାଜ ସଲମାନଙ୍କ ଅପକମିଂ ଫିଲ୍ମ ‘ଭାଇଜାନ’ରେ ନଜର ଆସିବେ, ଏକଥା ସମସ୍ତେ ଜାଣନ୍ତି । ଏହା ତାଙ୍କର ଡେବ୍ୟୁ ଫିଲ୍ମ ହେବ ବୋଲି କୁହାଯାଉଥିଲା ।
କିନ୍ତୁ ଜନଙ୍କ ସହ ଆସିବାକୁ ଯାଉଥିବା ଫିଲ୍ମର ସେ ବଲିଉଡରେ ଏଣ୍ଟ୍ରି କରିବେ ବୋଲି କୁହାଯାଉଛି । ତେବେ ଫିଲ୍ମ ରିଲିଜ ପରେ ହିଁ ପ୍ରକୃତ କଥା ଜଣାପଡ଼ିବ । ଏହି ଫିଲ୍ମରେ ଶେହନାଜଙ୍କ ବ୍ୟତୀତ ଜନ ଅବ୍ରାହମ, ନୋରା ଫତେହି ଓ ରିତେଶ ଦେଶମୁଖ ଲିଡ ରୋଲରେ ଅଛନ୍ତି ।