ଖୁବଶୀଘ୍ର ‘ବିଗବସ’ରେ ନଜର ଆସିବେ ଶିବାଙ୍ଗୀ!

ଟେଲି ଅଭିନେତ୍ରୀ ଶିବାଙ୍ଗୀ ଯୋଶୀଙ୍କ ନାଁ ବର୍ତ୍ତମାନ ଖୁବ ଚର୍ଚ୍ଚାରେ ଅଛି । କେତେବେଳେ ତାଙ୍କ ଷ୍ଟାଇଲ, ଲୁକ….

ମୁମ୍ବାଇ: ଟେଲି ଅଭିନେତ୍ରୀ ଶିବାଙ୍ଗୀ ଯୋଶୀଙ୍କ ନାଁ ବର୍ତ୍ତମାନ ଖୁବ ଚର୍ଚ୍ଚାରେ ଅଛି । କେତେବେଳେ ତାଙ୍କ ଷ୍ଟାଇଲ, ଲୁକ କାରଣରୁ ତ ଆଉ କେତେବେଳେ ତାଙ୍କ କ୍ୟୁଟନେସ । ବାସ୍ତବରେ, ୟେ ରିସ୍ତା କିୟା କେହଲାତା ହୈ’ରୁ ଖୁବ ଲୋକପ୍ରିୟ ହୋଇଥିଲେ । ହେଲେ ବର୍ତ୍ତମାନ ସେ ଖତରୋ କେଁ ଖିଲାଡି-୧୨ରେ ଦେଖିବାକୁ ମିଳିବ । କିନ୍ତୁ ଏହି ସମୟରେ ବଲିଉଡର ଭାଇଜାନ୍‌ଙ୍କ ଶୋ’ ବିଗ ବସରେ ଏଣ୍ଟ୍ରି ପାଇଁ ଶିବାଙ୍ଗୀ ଯୋଶୀଙ୍କ ନାମ ଆଲୋଚନାର ବିଷୟ ପାଲଟିଛି । ଏହି ଚର୍ଚ୍ଚାକୁ ଅଭିନେତ୍ରୀ ନିଜେ ମତ ଦେଇଛନ୍ତି । ଏକ ମିଡିଆ ସାକ୍ଷାତକାରେ ଶିବଙ୍ଗୀ କହିଛନ୍ତି କି ବର୍ତ୍ତମାନ ଏହି ସମୟରେ ମୁଁ ବିଗ୍‌ ବସ-୧୬ରେ ଆସିବି କି ନାହିଁ ତାହା କହିବା ଠିକ ହେବ ନାହିଁ । ମୁଁ ଏ ବିଷୟରେ କିଛି ଜାଣି ନାହିଁ କି ପରବର୍ତ୍ତୀ ସମୟରେ କ’ଣ କରିବି ନ କରିବି ସେ ବିଷୟରେ କିଛି ଜାଣେ ନାହିଁ । କିନ୍ତୁ ଯାହା ବି କରିବି ନିଶ୍ଚୟ ଜଣାଇବି । ବର୍ତ୍ତମାନ ସୋସିଆଲ ମିଡିଆରେ ଶିବାଙ୍ଗୀଙ୍କ ଏହି ଉତ୍ତର କଳ୍ପନାଜଳ୍ପନା ଆରମ୍ଭ ହେବାରେ ଲାଗିଛି । କୁହାଯାଉଛି କି ବୋଧ ହୁଏ ଶିବାଙ୍ଗି ବିଗ ବସ ରେ ଏଣ୍ଟ୍ରି କରିବେ ।