ବଲିଉଡ୍ ରାପର ହନି ସିଂହଙ୍କ ବିରୋଧରେ ଥାନାରେ ଏତଲା

ମୁମ୍ବାଇ: ବଲିଉଡ୍ କଣ୍ଠଶିଳ୍ପୀ ତଥା ରାପର ହନି ସିଂହଙ୍କ ବିରୋଧରେ ଥାନାରେ ଏତଲା। ତାଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ ଆଣିଲେ ପତ୍ନୀ ଶାଲିନୀ ତଲୱାର । କେବଳ ହନି ସିଂହ ନୁହଁନ୍ତି ତାଙ୍କ ପରିବାର ଲୋକଙ୍କ ବିରୋଧରେ ମଧ୍ୟ ଅଭିଯୋଗ କରିଛନ୍ତି ଶାଲିନୀ, ଯାହାକୁ ନେଇ ଦିଲ୍ଲୀ ତିଶ ହଜାରି କୋର୍ଟ ହନି ସିଂହଙ୍କୁ ନୋଟିସ ଜାରି କରିଛି ।
କୋର୍ଟ ହନି ସିଂହଙ୍କୁ ଅଗଷ୍ଟ ୨୮ ସୁଦ୍ଧା ନିଜ ଜବାବ ରଖିବାକୁ କହିଛନ୍ତି । ସବୁବେଳେ ନିଜ ରାପ ପାଇଁ ଚର୍ଚ୍ଚାରେ ରହୁଥିବା ହନି ସିଂହ ଏବେ ବିବାଦ ଘେରରେ ଛନ୍ଦି ହୋଇଯାଇଛନ୍ତି।