ବିକିନୀ ଶଟକୁ ନେଇ ଅଡୁଆରେ ସୋନାକ୍ଷୀ

ଏହି ଫିଲ୍ମରେ ତାଙ୍କୁ ବିକିନୀ ପିନ୍ଧି ସୁଇମିଙ୍ଗ ପୁଲରେ ଶଟ ଦେବାକୁ ପଡ଼ିବ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏବେ ବଲିଉଡରେ ଆଲୋଚନାର କେନ୍ଦ୍ରବିନ୍ଦୁ ସାଜିଛନ୍ତି । କାରଣ ପ୍ରଯୋଜକ ତାଙ୍କ ସିନେମାରେ ସୋନାକ୍ଷୀ ସିହ୍ନାଙ୍କୁ ସାଇନ କରିବାକୁ ମନସ୍ଥ କରିଥିଲେ । ଆଲୋଚନା ସମୟରେ ନିଜ ଭୂମିକାକୁ ବେଶ ପ୍ରଶଂସା କରିଥିଲେ ସୋନାକ୍ଷୀ । ହେଲେ ସେଥିରେ ଗୋଟିଏ କେଁ ରହିଯାଇଥିଲା । ଏହି ଫିଲ୍ମରେ ତାଙ୍କୁ ବିକିନୀ ପିନ୍ଧି ସୁଇମିଙ୍ଗ ପୁଲରେ ଶଟ ଦେବାକୁ ପଡ଼ିବ ।

ଏ ନେଇ ସୋନାକ୍ଷୀ କହନ୍ତି, ‘ମୋତେ ଯାହା ଲାଗୁଛି କାହାଣୀ ସହ ଏଭଳି ଦୃଶ୍ୟର କିଛି ସଂଯୋଗ ନାହିଁ । ସେପଟେ ଏହାର କାହାଣୀ ଏବଂ ମୋର ଭୂମିକା କେହି କାହାକୁ କମ ନୁହଁନ୍ତି । ତେଣୁ ଅଫରଟିକୁ ହାତଛଡ଼ା କରିବାକୁ ଚାହୁଁନାହିଁ । ହେଲେ ବିକିନୀ ଶଟକୁ ନେଇ ମୁଁ ଅଡୁଆରେ ପଡ଼ିଛି । ଏହାକୁ ବାଦ୍‌ ଦେବାକୁ ପ୍ରଯୋଜକଙ୍କୁ କହିଛି । ହେଲେ ସେପଟୁ ମୋତେ କିଛି ସୂଚନା ଦିଆଯାଇନାହିଁ । ଯଦି ଏଭଳି ଶଟକୁ ବାଦ ଦିଅନ୍ତି ତେବେ ଯାହା କିଛି ନିଷ୍ପତ୍ତି ନେବି ।