ଖୁବଶୀଘ୍ର ‘କବୀର ସିଂ-୨’

ସାହିଦ କପୁରଙ୍କ କ୍ୟାରିୟରରେ ସବୁଠାରୁ ସୁପର ଡୁପର ହିଟ ଫିଲ୍ମ ହେଉଛି….

ମୁମ୍ବାଇ : ସାହିଦ କପୁରଙ୍କ କ୍ୟାରିୟରରେ ସବୁଠାରୁ ସୁପର ଡୁପର ହିଟ ଫିଲ୍ମ ହେଉଛି ‘କବୀର ସିଂ’ । ଯାହା ବକ୍ସ ଅପିସରେ ଧମାଲ କରବା ପରେ ୨୫୦ କୋଟିର କ୍ଲବରେ ସାମିଲ ହୋଇଥିଲା । ଏହି ଚଳଚ୍ଚିତ୍ର ଦର୍ଶକଙ୍କ ଠାରୁ ଅପାର ପ୍ରେମ ପାଇଥିଲା । ରିଲିଜ ହେବା ମାତ୍ରେ ‘କବୀର ସିଂ’ ଅନେକ ଫିଲ୍ମର ରେକର୍ଡ ଭାଙ୍ଗି ଥିଲା । ହା ପ୍ରଥମ ବ୍ଲକବଷ୍ଟର ଫିଲ୍ମ ବୋଲି ପ୍ରମାଣିତ ହୋଇଥିଲା । ଏହା ଦକ୍ଷିଣର ଚଳଚ୍ଚିତ୍ର ‘ଅର୍ଜୁନ ରେଡ୍ଡୀ’ର ଅଫିସିଆଲ୍‌ ରିମେକ ଥିଲା । ଏହାକୁ ନେଇ ବର୍ତ୍ତମାନ ଭୂଷଣ କୁମାର ‘କବୀର ସିଂ’ର ସିକ୍‌ୱେଲ ବିଷୟରେ କଥା ହୋଇଛନ୍ତି ।

ରିପୋର୍ଟ ଅନୁଯାୟୀ ଟି-ସିରିଜ୍‌ ନିର୍ମାତା ଭୂଷଣ କୁମାରଙ୍କୁ ପଚରାଗଲା ଯେ ତାଙ୍କର କେଉଁ ଫିଲ୍ମ ଫ୍ରାଞ୍ଚାଇଜରେ ପରିଣତ ହେବା ଉଚିତ, ସେ ହସି ହସି କହିଥିଲେ ଯେ ମୁଁ ଭାବୁଛି ଆମର ଫିଲ୍ମ ‘କବୀର ସିଂ’ ଏକ ଫ୍ରାଞ୍ଚାଇଜରେ ପରିଣତ ହୋଇପାରେ । କାରଣ କବୀର ସିଂ ଏପରି ଏକ ଚରିତ୍ର, ଯାହାକୁ ଲୋକମାନେ ବହୁତ ପସନ୍ଦ କରିଥିଲେ ।