ବାହା ନ ହୋଇ ମା’ ହେବାକୁ ଯାଉଛନ୍ତି ସ୍ୱରା

ଏକ ସାକ୍ଷାତକାରରେ ସ୍ୱରା ପରିବାର ଏବଂ ଛୁଆଙ୍କ ପ୍ରତି ଇଚ୍ଛା ପ୍ରକାଶ କରିଛନ୍ତି…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି । ସେ ବାହା ନ ହୋଇ ଏବେ ମା’ ହେବାକୁ ଯାଉଥିବା ଜଣାପଡିଛି । ସେ ସିଙ୍ଗିଲ ମଦର ହେବା ପାଇଁ ମନସ୍ଥ କରିଛନ୍ତି । ଫିଲ୍ମରେ ନିଜ ଦମଦାର ଅଭିନୟ ପାଇଁ ପରିଚିତ ସ୍ୱରା ପ୍ରକୃତ ଜୀବନରେ ନିଜ ବୋଲ୍ଡ ଷ୍ଟେଟମେଣ୍ଟ ପାଇଁ ପରିଚିତ । ବର୍ତ୍ତମାନ ଅବିବାହିତ ଜୀବନ ଉପଭୋଗ କରୁଥିବା ସ୍ୱରା ଶୀଘ୍ର ଏକ ପୋଷ୍ୟ ସନ୍ତାନ ଗ୍ରହଣ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଏନେଇ ଆଇନଗତ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି ସ୍ୱରା । ଏକ ସାକ୍ଷାତକାରରେ ସ୍ୱରା ପରିବାର ଏବଂ ଛୁଆଙ୍କ ପ୍ରତି ଇଚ୍ଛା ପ୍ରକାଶ କରିଛନ୍ତି । ଏଥି ସହିତ ଦେଶରେ ଏଭଳି ଅନେକ ପିଲା ଅଛନ୍ତି, ଯେଉଁମାନେ କି ଅନାଥ ଆଶ୍ରମରେ ରହୁଛନ୍ତି ବୋଲି ସେ କହିଛନ୍ତି । ସେ କେବଳ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ଆରମ୍ଭ କରିନାହାଁନ୍ତି ବରଂ ଅନେକ ଏଭଳି ଦମ୍ପତିଙ୍କୁ ମଧ୍ୟ ଭେଟିଛନ୍ତି ଯେଉଁମାନେ ଏକ ଛୁଆ ଆଡପ୍ଟ କରିଛନ୍ତି ।