ଭାଙ୍ଗିଲା ପରମ୍ପରା : ଶ୍ୱେତାଙ୍କ ପତଳା ପୋଷାକ ଫଟୋ ଭାଇରାଲ୍‌

ମୁମ୍ବାଇ: ଚର୍ଚ୍ଚାରେ ବିଗ ବି’ଙ୍କ ଝିଅ ଶ୍ୱେତା ବଚ୍ଚନ । ପତଳା ଡ୍ରେସ ପିନ୍ଧି ଭାଙ୍ଗିଲେ ବଚ୍ଚନ ପରିବାରର ପରମ୍ପରା । ତାଙ୍କର ଏହି ପତଳା ଡ୍ରେସ ପିନ୍ଧା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଶ୍ୱେତା ମଧ୍ୟ ବେଶ ଗ୍ଲାମରସ । ସେ ସର୍ବଦା ଲାଇମଲାଇଟ ଠାରୁ ଦୂରେଇ ରୁହନ୍ତି । ଯେତେବେଳେ ସେ ପାର୍ଟି ହେଉ କିମ୍ବା କୌଣସି ଇଭେଣ୍ଟରେ ଯୋଗ ଦିଅନ୍ତି ସମସ୍ତଙ୍କ ନଜର ତାଙ୍କ ପାଖରେ ଅଟକି ଯାଏ । ଶ୍ୱେତା ବୋଲ୍ଡନେସକୁ ଆଭୋଏଡ୍‌ କରନ୍ତି । ଶ୍ୱେତା ଏକ ଇଭେଣ୍ଟରେ ସେ ବୋଲ୍ଡ ଆଣ୍ଡ ଟ୍ରାନ୍ସପରାଣ୍ଟ ଡ୍ରେସ ପିନ୍ଧିଥିବା ଫଟୋ ଏବେ ସାମ୍ନାକୁ ଆସିଛି । ପ୍ରକୃତରେ ଶ୍ୱେତା ବଚ୍ଚନଙ୍କ ଏହି ଫଟୋ ହେଉଛି ୨୦୧୯ର । ଭୋଗ୍‌ ଏକ୍ସ ନାଇକା ଦି ପାୱାରଲିଷ୍ଟ ଫ୍ୟାଶନ୍‌ ଫରୱାର୍ଡ ଆୱାର୍ଡରେ ଯୋଗ ଦେଇଥିଲେ ଶ୍ୱେତା । ଏହି ସମୟରେ ସେ ପିନ୍ଧିଥିଲେ ପତଳା ଡ୍ରେସ । ଏହି ଆୱାର୍ଡ ଶୋ’ ଭାଗ ନେବା ପାଇଁ ସେ ଥ୍ରୀ-ପିସ ସେଟ ଡ୍ରେସ ପିନ୍ଧିଥିଲେ । ଏହି ଡ୍ରେସକୁ ପ୍ରସିଦ୍ଧ ଫ୍ୟାଶନ୍‌ ଡିଜାଇନର୍‌ ଆବୁ ଜାନି ସନ୍ଦୀପ ଖୋସଲା ଡିଜାଇନ କରିଥିଲେ । ଏକ ସୁପର ଫିଟିଙ୍ଗ୍‌ ଡ୍‌ରେସ୍‌ ସହିତ ଶ୍ୱେତା ପିନ୍ଧିଥିବା କର୍ସଟ୍‌ ପାଟର୍ନ ଟପ୍‌, ସିୟର୍‌ ମେଟେରିଆଲ୍‌ରେ ତିଆରି ହୋଇଥିଲା । ଏହା ଜାଲି ଭଳି ଦେଖାଯାଉଥିଲା । ତେଣୁ ଶ୍ୱେତା ଏହାକୁ ଲୁଚାଇବାକୁ ଯାଇ ଏକ ଜ୍ୟାକେଟ୍‌ ମଧ୍ୟ ମ୍ୟାଚ୍‌ କରି ପିନ୍ଧିଥିଲେ । ଡାର୍କ କଲର୍‌ର ଆଉଟଫିଟ ସହିତ ମଲ୍ଟି କଲରର ଫ୍ରଣ୍ଟ ଓପନ୍‌ ଜ୍ୟାକେଟ୍‌ ପିନ୍ଧିଥିଲେ ଶ୍ୱେତା ।