କ୍ୟାଟ୍ରିନାଙ୍କ ପ୍ରେଗ୍‌ନେନ୍ସିକୁ ନେଇ ଚର୍ଚ୍ଚା

ମୁମ୍ବାଇ ଏୟାରପୋର୍ଟରେ କ୍ୟାଟ୍ରିନାଙ୍କୁ ଦେଖି ପୁଣି ଥରେ ଅଭିନେତ୍ରୀଙ୍କ ଗର୍ଭବତୀ ଥିବା ଖବର ଜୋର ଧରିଛି…..

ମୁମ୍ବାଇ: ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ପ୍ରେଗ୍‌ନେନ୍ସିକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । କ୍ୟାଟ୍ରିନା କୈଫ ଦୀର୍ଘ ସମୟ ଧରି ମିଡିଆର ଗାଏବ ଥିଲେ । ଏତେ ଦିନ ଧରି ଗାଏବ ଥିବା ଦେଖି କ୍ୟାଟ୍ରିନା କୁଆଡେ ଗର୍ଭବତୀ ଥିବା ନେଇ ତାଙ୍କ ଫ୍ୟାନମାନେ ଦାବି କରିଥିଲେ । ବର୍ତ୍ତମାନ କ୍ୟାଟ୍ରିନାଙ୍କୁ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା । ସେ ତାଙ୍କ ସ୍ୱାମୀଙ୍କ ସହ ମାଲଦ୍ୱୀପରେ ଜନ୍ମଦିନ ପାଳନ କରିବା ପରେ ଫେରିଥିଲେ । ମୁମ୍ବାଇ ଏୟାରପୋର୍ଟରେ କ୍ୟାଟ୍ରିନାଙ୍କୁ ଦେଖି ପୁଣି ଥରେ ଅଭିନେତ୍ରୀଙ୍କ ଗର୍ଭବତୀ ଥିବା ଖବର ଜୋର ଧରିଛି ।