ବନ୍ଧୁତାରୁ ପ୍ରେମ, ପ୍ରେମରୁ ବିବାହ: ଅଭିନେତ୍ରୀ ଧଂଶିକାଙ୍କୁ ମୁଦି ପିନ୍ଧାଇଲେ ତାମିଲ ଅଭିନେତା ଭିଶାଲ
ବନ୍ଧୁତାରୁ ପ୍ରେମ, ପ୍ରେମରୁ ବିବାହ, ଅଭିନେତ୍ରୀ ଧଂଶିକାଙ୍କୁ ମୁଦି ପିନ୍ଧାଇଲେ ତାମିଲ ଅଭିନେତା ଭିଶାଲ
ତାମିଲ ଅଭିନେତା ଭିଶାଲ ତାଙ୍କର ୪୭ତମ ଜୟନ୍ତୀ ଅବସରରେ ସାଇ ଧଂଶିକାଙ୍କ ହାତ ଧରିଛନ୍ତି । ଦୀର୍ଘ ୧୫ ଧରି ଭିଶାଲଙ୍କୁ ଅତି ନିକଟରୁ ଦେଖି ଆସିଛନ୍ତି ଧଂଶିକା । ଭିଶାଲଙ୍କ ସହିତ ସଂସାର କଲେ ଧଂଶିକାଙ୍କୁ ପସ୍ତାଇବାକୁ ପଡ଼ିବନି, ଏହି ପ୍ରସଙ୍ଗରେ ଦୃଢ଼ ନିଶ୍ଚିତ ହେବାପରେ ଧଂଶିକା ଭିଶାଲଙ୍କୁ ବିବାହ କରିବାକୁ ନିଷ୍ପତି ନେଲେ ।
ଧଂଶିକାଙ୍କ ଗୁଣଗାନ କରିବାରେ ଭିଶାଲ କାର୍ପଣ୍ୟତା କରିନାହାନ୍ତି । ଭିଶାଲ କହିଛନ୍ତି, ଭଗବାନ ମୋ ପାଇଁ ‘ଦି ବେଷ୍ଟ’ ସୃଷ୍ଟି କରିଛନ୍ତି । ଧଂଶିକାଙ୍କୁ ପାଇବା ପରେ ଭଗବାନଙ୍କ ଉପରେ ମୋର ବିଶ୍ୱାସ ଆହୁରି ବଢ଼ିଯାଇଛି ।
ବେଶ କିଛି ବର୍ଷ ଧରି ଲୁଚିଲୁଚି ପ୍ରେମ କରିବା ପରେ ଚଳିତ ବର୍ଷ ମେ’ ମାସରେ ଭିଶାଲ ଓ ଧଂଶିକାଙ୍କୁ ଏକାଠି ଦେଖିବାକୁ ମିଳିଲା । ସେହିଦିନ ଦୁହେଁ ବିବାହ କରିଥାନ୍ତେ । ମାତ୍ର ଏକ ବିଳାସମୟ କୋଠା ନିର୍ମାଣ କାମରେ ବ୍ୟସ୍ତ ଥିଲେ ଭିଶାଲ ।
କୋଠା ତିଆରି ସରିଗଲା, ଭିତର କାରୁକାର୍ଯ୍ୟ ଚାଲିଛି । ବିବାହ ପୂର୍ବରୁ କୋଠାଟିର ସବୁ କାମ ସାରିବାକୁ ପଡ଼ିବ ବୋଲି ଭିଶାଲ କହନ୍ତି ।
ଭିଶାଲଙ୍କ ଘରେ ଅନୁଷ୍ଠିତ ଏକ ନିରାଡମ୍ବର ପରିବେଶରେ ଉଭୟ ପରିବାର ଓ କିଛି ଘନିଷ୍ଠ ସାଙ୍ଗସାଥୀଙ୍କ ଗହଣରେ ମୁଦିପିନ୍ଧା ସରିଗଲା, ମାତ୍ର ବିବାହ ତାରିଖ ଘୋଷଣା କରାଯାଇନି ।