ଅଭିନୟ ଛାଡି ପ୍ରଯୋଜିକା ହେଲେ ତାପସୀ

ବଲିଉଡ ଅଭିନେତ୍ରୀ ତାପସୀ ପାନ୍ନୁ ଏବେ ନୂଆ କ୍ଷେତ୍ରରେ ପାଦ ଦେଇଛନ୍ତି । ଅର୍ଥାତ ଅଭିନୟ ପରେ……

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ତାପସୀ ପାନ୍ନୁ ଏବେ ନୂଆ କ୍ଷେତ୍ରରେ ପାଦ ଦେଇଛନ୍ତି । ଅର୍ଥାତ ଅଭିନୟ ପରେ ସେ ବର୍ତ୍ତମାନ ପ୍ରଯୋଜିକା ସାଜିଛନ୍ତି । ନିଜ ହୋମ ପ୍ରଡକ୍ସନ ବ୍ୟାନରରେ ତାପସୀ ନିର୍ମାଣ କରିବାକୁ ଯାଉଥିବା ସିନେମାରେ ସାନା ଫାତିମା ଶେଖ୍‌ ଏବଂ ରତ୍ନା ପାଠକ ଶାହା ଅଭିନୟ କରିବେ । ଉକ୍ତ ସିନେମାର ଟାଇଟଲ ରହିଛି ‘ଧକ ଧକ୍‌’ । ଏଥିରେ ଦିୟା ମିର୍ଜାଙ୍କୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ତରୁଣ ଦୁବେଜା । ଚାରି ଜଣ ମହିଳାଙ୍କ ଦୁଃସାହସିକ ଜୀବନୀକୁ ନେଇ କାହାଣୀ ଗତିଶୀଳ । ସେମାନେ ଏକ ମଟର ସାଇକେଲ ଜର୍ଣ୍ଣିରେ ଯାଉଛନ୍ତି ଏବଂ ସେହି ସମୟରେ ଘଟୁଥିବା ଘଟଣାକୁ ଫିଲ୍ମରେ ଚିତ୍ରଣ କରାଯିବ ।