୨୨ ବର୍ଷର ଫଟୋ ସେୟାର କଲେ ଦେଶୀ ଗର୍ଲ
ବର୍ତ୍ତମାନ ପ୍ରିୟଙ୍କା ସୋସିଆଲ ମିଡିଆରେ ନିଜର ଏକ ୨୨ ବର୍ଷ ପୁରୁଣା ଫଟୋ ସେୟାର କରିଛନ୍ତି…
ମୁମ୍ବାଇ : ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ଖୁବ ଆକ୍ଟିଭ୍ । ସେ ତାଙ୍କ ଫ୍ୟାନ୍ସ ଫଲୋର୍ସ ପାଇଁ କିଛି ନା କିଛି ଫଟୋ ସେୟାର କରିଥାନ୍ତି । ବଲିଉଡରେ ପ୍ରିୟଙ୍କା ୨୦୦୦ ମସିହାରେ ଡେବ୍ୟୁ କରିଥିଲେ । ବର୍ତ୍ତମାନ ପ୍ରଶଂସକମାନେ ପ୍ରିୟଙ୍କାଙ୍କ ଆଗାମୀ ବଲିଉଡ ଫିଲ୍ମକୁ ଅପେକ୍ଷା କରିଛନ୍ତି । ବର୍ତ୍ତମାନ ପ୍ରିୟଙ୍କା ସୋସିଆଲ ମିଡିଆରେ ନିଜର ଏକ ୨୨ ବର୍ଷ ପୁରୁଣା ଫଟୋ ସେୟାର କରିଛନ୍ତି । ଏହାକୁ ଦେଖି ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ନିକଟରେ ପ୍ରିୟଙ୍କା ଚୋପ୍ରା ତାଙ୍କ ବିକିନିରେ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ପ୍ରତ୍ୟେକ ଥର ପ୍ରିୟଙ୍କା ତାଙ୍କ ଲୁକ ସହିତ କିଛି ଅଲଗା କରନ୍ତ । ସେ ମଧ୍ୟ ସେହି ସମୟରେ କିଛି ନୂଆ ଚେଷ୍ଟା କରିଥିଲେ । ପ୍ରିୟଙ୍କା ବିକିନି ସହିତ କଳା ଚୁଡି ପିନ୍ଧିଛନ୍ତି ଏବଂ ମଥାରେ ବିନ୍ଦି ପିନ୍ଧିଛନ୍ତି ।