ବ୍ରେକ ପରେ ପୁଣି କମବ୍ୟାକ କରିବେ ଏହି ବୋଲ୍ଡ ଅଭିନେତ୍ରୀ

ଏହି ଫିଲ୍ମରେ ନିଧି ଅଗ୍ରୱାଲ ଏବଂ ଅର୍ଜୁନ ରାମପାଲ ମୁଖ୍ୟ ଭୂମିକାରେ ନଜର ଆସିବେ…

ମୁମ୍ବାଇ : ବଲିଉଡ ବୋଲ୍ଡ ଅଭିନେତ୍ରୀ ନର୍ଗିସ ଫଖରୀ ରଣବୀର କପୁରଙ୍କ ଫିଲ୍ମ ରକଷ୍ଟାର ସହିତ ବଲିଉଡରେ ଡେବ୍ୟୁ କରିଥିଲେ । କିନ୍ତୁ ଦୁଇ ବର୍ଷର ବ୍ରେକ ପରେ ନର୍ଗିସ କିଛି ଦିନ ହେବ ବଲିଉଡରେ ପୁଣିଥରେ ଏଣ୍ଟ୍ରି କରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ସଫଳତା ପାଇଲେ ନାହିଁ । ହେଲେ ସେ ପୁଣି ଥରେ କମବ୍ୟାକ କରିବେ ଦର୍ଶକଙ୍କ ସାମ୍ନାରେ । କିନ୍ତୁ ସେ କମବ୍ୟାକ ବଲିଉଡରୁ ନୁହେଁ ବରଂ ସାଉଥ ଫିଲ୍ମରୁ କରୁଛନ୍ତି । ନର୍ଗିସ, ପୱନ କଲ୍ୟାଣଙ୍କ ସହ ତେଲୁଗୁ ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମରେ ନିଧି ଅଗ୍ରୱାଲ ଏବଂ ଅର୍ଜୁନ ରାମପାଲ ମୁଖ୍ୟ ଭୂମିକାରେ ନଜର ଆସିବେ ।

ସୂଚନାଯୋଗ୍ୟ ଯେ, ୨୦୧୧ରେ ରଣବୀର କପୁରଙ୍କ ସହ ‘ରକଷ୍ଟାର’ରେ ଡେବ୍ୟୁ କରିଥିବା ନର୍ଗିସଙ୍କ ଶେଷ ଫିଲ୍ମ ‘ବାନ ଜୋ’ ଥିଲା । ଯେଉଁଥିରେ ସେ ରିତେଶ ଦେଶମୁଖଙ୍କ ସହ ନଜର ଆସିଥିଲେ । ଏହା ପରେ ସେ ପ୍ରାୟ ଅଦୃଶ୍ୟ ହୋଇଗଲେ । ମଝିରେ ତାଙ୍କର ତିନୋଟି ଫିଲ୍ମ କେବେ ଆସିଲା, କେବେ ଗଲା, ତାହା କେହି ଜାଣିପାରିଲେ ନାହିଁ ।