ଖୁବଶୀଘ୍ର ପରଦାକୁ ଆସିବାକୁ ଯାଉଛି ଫିଲ୍ମ ‘ଗୁଡ ବାଏ’

ଫିଲ୍ମ ‘ଗୁଡବାଏ’ରେ ଅମିତାଭ୍‌ ଓ ରଶ୍ମିକା ବାପା ଝିଅ ରୂପେ ନଜର ଆସିବେ……

ନୂଆଦିଲ୍ଲୀ : ‘ପୁଷ୍ପା’ ଫେମ୍‌ ରଶ୍ମିକା ମନ୍ଦାନା ଓ ବଲିଉଡ୍‌ର ବିଗ ବି ଅମିତାଭ ବଚ୍ଚ଼ନଙ୍କ ଫିଲ୍ମ ‘ଗୁଡ ବାଏ’ ଖୁବଶୀଘ୍ର ପରଦାକୁ ଆସିବାକୁ ଯାଉଛି । ଅମିତାଭ୍‌ ଓ ରଶ୍ମିକା ନିଜ ଇନଷ୍ଟାଗ୍ରାମରେ ଏହି ଫିଲ୍ମର ପୋଷ୍ଟର ରିଲିଜ୍‌ କରିଛନ୍ତି । ଯେଉଁଥିରେ ଫିଲ୍ମର ରିଲିଜ୍‌ ଡେଟ୍‌ ରହିଛି ଅକ୍ଟୋବର ୭ । ପୋଷ୍ଟରରେ ଅମିତାଭ୍‌ ଓ ରଶ୍ମିକା ଏକାଠି ଗୁଡି ଉଡାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ଫିଲ୍ମ ‘ଗୁଡବାଏ’ରେ ଅମିତାଭ୍‌ ଓ ରଶ୍ମିକା ବାପା ଝିଅ ରୂପେ ନଜର ଆସିବେ । ଏହା ବ୍ୟତୀତ ସୁନିଲ୍‌ ଗ୍‌ରୋଭର, ସାହିଲ୍‌ ମେହେତା, ସିଭିନ୍‌ ନାରଙ୍ଗ, ପାୱଲି ଗୁଲାଟି ଆଦି କଳାକାର ପ୍ରମୁଖ ଭୂମିକାରେ ଅଛନ୍ତି । ଏକତା କପୁର ଏହାର ପ୍ରଯୋଜନା ଦେଇଥିବାବେଳେ ନିର୍‌ଦ୍ଦଶନା ଦେଇଛନ୍ତି ବିକାଶ ବହଲ୍‌ ।