୧୫୦ କୋଟିରେ ‘ଦି କାଶ୍ମୀର ଫାଇଲ’

ମୁମ୍ବାଇ : କାଶ୍ମୀରୀ ପଣ୍ଡିତମାନଙ୍କ ଯନ୍ତ୍ରଣାର କାହାଣି ‘ଦି କାଶ୍ମୀର ଫାଇଲ’ ଏବେ ବକ୍ସ ଅଫିସରେ ଧମାଲ କରୁଛି । ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ତଥା ନିର୍ମିତ ଏହି ଚଳଚ୍ଚିତ୍ରରେ କାଶ୍ମୀରୀ ପଣ୍ଡିତଙ୍କ ଦୁଖଃଭରା କାହାଣୀ ଦର୍ଶକଙ୍କ ଆଖିରେ ଲୁହ ଆଣି ଦେଇଛି । ଏହି ଫିଲ୍ମ ରିଲିଜ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ୧୫୦ କୋଟି ପାଖାପାଖି ପହଞ୍ôଚ ପାରିଛି । ସୂଚନାଯୋଗ୍ୟ ଯେ, ରିଲିଜ ହେବାର ପ୍ରଥମ ଦିନରେ ୩.୫୫ କୋଟି ଟଙ୍କା ସଂଗ୍ରହ କରିଥିବା ଏହି ଫିଲ୍ମରେ ଦ୍ୱିତୀୟ ଦିନରେ ବୃଦ୍ଧି ପାଇ ୮.୫୦ କୋଟି ଟଙ୍କା ଆୟ ହୋଇଛି । ଅନ୍ୟପକ୍ଷରେ ଏହି ଫିଲ୍ମକୁ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ରାଜ୍ୟ ସରକାର ମଧ୍ୟ ପ୍ରଶଂସା କରୁନ୍ତି । ସେହିପରି ଉତ୍ତରପ୍ରଦେଶ, ଗୁଜୁରାଟ, ମଧ୍ୟପ୍ରଦେଶ, ତ୍ରିପୁରା, ଗୋଆ, ହରିୟାଣା ଭଳି ରାଜ୍ୟ ଏହି ଫିଲ୍ମଟିକୁ ଟିକସ ଛାଡ କରିଛନ୍ତି । ଏହି ଫିଲ୍ମଟି ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ସାଜିଛି । ଏହି ଫିଲ୍ମରେ ଅନୁପମ ଖେର, ପଲ୍ଲବି ଯୋଶୀ, ମିଥୁନ ଚକ୍ରବର୍ତ୍ତୀ, ଦର୍ଶନ କୁମାର ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ।