‘କ୍ୟାପସୁଲ ଗିଲ’ର ଲୁକ ଲିକ

ଏହି ଚଳଚ୍ଚିତ୍ରଟି ବ୍ରିଟେନରେ ସୁଟିଂ ହେବାକୁ ଥିବା ସବୁଠାରୁ ବଡ ଭାରତୀୟ ପ୍ରଡକ୍ସନ ଫିଲ୍ମ ହେବ…

ମୁମ୍ବାଇ: ବଲିଉଡ ଖିଲାଡି ଷ୍ଟାର ଅକ୍ଷୟ କୁମାର ତାଙ୍କର ଆଗାମୀ ପ୍ରୋଜେକ୍ଟ ପାଇଁ ଖୁବ ପରିଶ୍ରମ କରୁଛନ୍ତି । ଅକ୍ଷୟଙ୍କ ଆଗାମୀ ଫିଲ୍ମ ‘କ୍ୟାପସୁଲ ଗିଲ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ହେଲେ ଏବେ ତାଙ୍କର ଫାଷ୍ଟ ଲୁକ ଲିକ ହୋଇଛି, ଯେଉଁଥିରେ ସେ ପୁଣି ଥରେ ସର୍ଦ୍ଦାର ଅବତାରରେ ନଜର ଆସିଛନ୍ତି । ଏହି ଚଳଚ୍ଚିତ୍ରର କାହାଣୀ ଖଣି ଇଞ୍ଜିନିୟର ଜସୱନ୍ତ ସିଂ ଗିଲଙ୍କୁ ନେଇ ହୋଇଛି । ଏହି ଚଳଚ୍ଚିତ୍ରରେ ଅକ୍ଷୟ ଖଣି ଇଞ୍ଜିନିୟର ଜସୱନ୍ତ ଗିଲ ଭୂମିକାରେ ଅଭିନୟ କରିବେ ।

ଅକ୍ଷୟ କୁମାରଙ୍କ ବିପକ୍ଷରେ ପରିନୀତି ଚୋପ୍ରା ନଜର ଆସିବେ । କୁହାଯାଉଛି ଯେ ଅକ୍ଷୟ ବର୍ତ୍ତମାନ ବ୍ରିଟେନରେ ଫିଲ୍ମର ସୁଟିଂ କରୁଛନ୍ତି । ଏହି ଚଳଚ୍ଚିତ୍ରଟି ବ୍ରିଟେନରେ ସୁଟିଂ ହେବାକୁ ଥିବା ସବୁଠାରୁ ବଡ ଭାରତୀୟ ପ୍ରଡକ୍ସନ ଫିଲ୍ମ ହେବ । କୁହାଯାଉଛି କି ଫିଲ୍ମର ସୁଟିଂ ‘କ୍ୟାପସୁଲ ଗିଲ’ର ଅଗଷ୍ଟ ଶେଷ ପର୍ଯ୍ୟନ୍ତ ଚାଲିବ ।