ଛୋଟ ଡ୍ରେସ ପିନ୍ଧି ଫ୍ୟାନ୍ସଙ୍କୁ ଦିୱାନା କଲେ ମାନୁଷୀ
ଏହି ଫଟୋ ଗୁଡ଼ିକରେ ମାନୁଷୀ ଚିଲ୍ଲାର ଏକ ଛୋଟ ବ୍ଲାକ ଡ୍ରେସରେ ନଜର ଆସିଛନ୍ତି….
ମୁମ୍ବାଇ: ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ସମ୍ରାଟ ପୃଥିରାଜ’ରେ ମାନୁଷୀ ଚିଲ୍ଲାର ବଲିଉଡରେ ତାଙ୍କର ଡେବ୍ୟୁ କରିଛନ୍ତି । ସେ ଅକ୍ଷୟ କୁମାରଙ୍କ ବିପକ୍ଷରେ ମୁଖ୍ୟ ଭୂମିକାରେ ଅଭିନୟ ନଜର ଆସିଛନ୍ତି । ହେଲେ ଫିଲ୍ମଟି ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରି ପାରି ନଥିଲା । ସେ ତାଙ୍କ କୋଟି ପ୍ରଶଂସକଙ୍କ ପାଇଁ ଫଟୋ ଏବଂ ଭିଡିଓ ସେୟାର କରନ୍ତି । ନିକଟରେ ସେ କଳା ଡ୍ରେସରେ ଫଟୋ ସେୟାର କରିଛନ୍ତି ।
ଯାହାକୁ ଦେଖି ତାଙ୍କ ପ୍ୟାନ୍ସ ଫଲୋର୍ସ ଦିୱାନା ହୋଇଛନ୍ତି । ଏହି ଫଟୋ ଗୁଡ଼ିକରେ ମାନୁଷୀ ଚିଲ୍ଲାର ଏକ ଛୋଟ ବ୍ଲାକ ଡ୍ରେସରେ ନଜର ଆସିଛନ୍ତି । ଏହି ଡ୍ରେସଟି ଡେଟ ନାଇଟ ସମୟର । ଏହା ସାଧାରଣତଃ ଆଉଟିଂ ତଥା ବାହାରକୁ କିମ୍ବା କୌଣସି ଇଭେଣ୍ଟରେ ଯୋଗଦେବା ପାଇଁ ପିନ୍ଧାଯାଏ । ଏହି କ୍ଲାସିକ ବ୍ଲାକ ଡ୍ରେସରେ ମାନୁଷୀ ଚିଲ୍ଲାର ବହୁତ ଷ୍ଟାଇଲିସ ଦେଖାଯାଉଛନ୍ତି ।