ମା’ ହେଲେ ଅଭିନେତ୍ରୀ ଦେବିନା

ମୁମ୍ବାଇ: ବିବାହର ୧୧ ବର୍ଷ ପରେ ଟିଭି ଅଭିନେତ୍ରୀ ଦେବିନା ବାନାର୍ଜୀ ଓ ଅଭିନେତା ଗୁରମିତ ଚୌଧୁରୀ ଘରକୁ ଏକ ନୂଆ ଅତିଥି ଆସିଛନ୍ତି । ଅଭିନେତ୍ରୀ ଦେବିନା ବାନାର୍ଜୀ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଏନେଇ ଦେବିନାଙ୍କ ସ୍ୱାମୀ ଗୁରୁମିତ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଗୁରୁମିତ ଏହି ଖୁସି ଖବର ଦେବା ସହ ସେ ଲେଖି ଲେଖିଛନ୍ତି ଯେ, ନୂଆ ଅତିଥି ଭାବେ ଆମେ ଆମର ଶିଶୁ କନ୍ୟାକୁ ସ୍ୱାଗତ କରୁଛୁ । ଆପଣଙ୍କର ପ୍ରେମ ଏବଂ ଆଶୀର୍ବାଦ ପାଇଁ ସମସ୍ତଙ୍କୁ ଧନ୍ୟବାଦ । ସୂଚନାଯୋଗ୍ୟ ଯେ, ଅଭିନେତା ଗୁରୁମିତ ଏବଂ ଅଭିନେତ୍ରୀ ଦେବିନା ଦୀର୍ଘ ସମୟ ଧରି ଡେଟ କରିବା ପରେ ୨୦୧୧ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।