ଲୋକପ୍ରିୟ WWE ଷ୍ଟାର ତଥା ହଲିଉଡ୍ ଅଭିନେତା ଡାୱେନ୍ ଜନସନ(ଦ ରକ୍) କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ସହ ପତ୍ନୀ ଲରେନ୍ ଏବଂ ଦୁଇ ଝିଅ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଥିବା ନିଜେ ଡାୱେନ୍ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି।
ଏକ ଭିଡିଓ ବାର୍ତ୍ତାରେ ସେ କହିଛନ୍ତି କି, ସମ୍ପୁର୍ଣ୍ଣ ପରିବାର ବର୍ତ୍ତମାନ ସୁସ୍ଥ ଅଛନ୍ତି ଏବଂ କରୋନାର ଶେଷରେ। ଏବେ ଆଉ ସଂକ୍ରମଣର ଭୟ ନାହିଁ। ତେବେ ରକ୍ ଏବଂ ତାଙ୍କ ପରିବାର କରୋନା ଆକ୍ରାନ୍ତ ହୋଇଥିବା ଖବର ପାଇବା ପରେ ବିଶ୍ୱବ୍ୟାପୀ ପ୍ରଶଂସକ ମାନେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।
କରୋନାରେ ଆକ୍ରାନ୍ତ ପରେ ରକ୍ ସମସ୍ତଙ୍କୁ କ୍ୱାରେଣ୍ଟିନରେ ରହିବା, ଟେଷ୍ଟିଂ କରେଇବା ଏବଂ ମାକ୍ସ ପିନ୍ଧିବା ଆଦିକୁ ଶୃଙ୍ଖଳାର ସହ ପାଳନ କରିବାକୁ କହିଛନ୍ତି। ରୋଗ ପ୍ରତିଷେଧକ ଶକ୍ତି ବଢ଼ାଇବା ଲାଗି ପ୍ରୟାସ ଏବଂ ପରିସ୍କାର ପରିଛନ୍ନ ରହିବାକୁ ସେ ବାର୍ତ୍ତା ଦେଇଛନ୍ତି।