ମୋ ଜାତକରେ ବିବାହ ଯୋଗ ନାହିଁ: ଅର୍ଜୁନ କପୁର

ମୁମ୍ବାଇ: ନିଜ ଲଭ ଲାଇଫର ଗୁମର ଖୋଲିଲେ ବଲିଉଡ ଅଭିନେତା ଅର୍ଜୁନ କପୁର । କରଣ ଜୋହରଙ୍କ ଶୋ’ ‘କଫି ୱିଥ କରଣ’ରେ ସେ ନିଜ ବିବାହକୁ ନେଇ ଖୋଲାଖୋଲି ଆଲୋଚନା କରିଛନ୍ତି । ଅର୍ଜୁନ କହିଛନ୍ତି, ମୋ ଜାତକରେ ଏବେ ବିବାହ ଯୋଗ ନାହିଁ । ହେଲେ ମଲାଇକା ଓ ମୋର ପ୍ରେମ ସମ୍ପର୍କକୁ ନେଇ ମୋ ପରିବାର ଲୋକେ ବେଶ ଖୁସି ଅଛନ୍ତି । ସେ କହିଛନ୍ତି ମୁଁ ନିଜ କ୍ୟାରିଅର ଉପରେ ଧ୍ୟାନ ଦେବାକୁ ଚାହୁଁଛି । ମୁଁ କେତେ ବାଟ ପର୍ଯ୍ୟନ୍ତ ଯାଇପାରିବି ତାହା ମୁଁ ଦେଖିବାକୁ ଚାହୁଁଛି । ମୁଁ ବହୁତ ବାସ୍ତବବାଦୀ । ଏମିତି ନୁହେଁ ଯେ ମୁଁ କିଛି ଲୁଚାଇବି । ମୁଁ ପ୍ରଫେସନାଲି ଆହୁରି ଅଧିକ ଷ୍ଟେବଲ ହେବାକୁ ଚାହୁଁଛି । ମୁଁ ଏମିତି କୌଣସି କାମ କରିବାକୁ ଚାହୁଁଛି, ଯେଉଁଥିରୁ ମୋତେ ଖୁସି ମିଳିବ । କାରଣ ଯଦି ମୁଁ ଖୁସି ରହିବି, ତା’ହେଲେ ମୋ ଜାବନସାଥୀକୁ ମଧ୍ୟ ଖୁସିରେ ରଖିପାରିବି ।