ଅମିତାଭଙ୍କୁ ଦାମୀ କାର ଉପହାର ଦେଇ ଏହି ନିର୍ମାତା ଖାଇଥିଲେ ଶକ୍ତ ଚାପୁଡ଼ା
ଅମିତାଭଙ୍କୁ ଦାମୀ କାର ଉପହାର ଦେବା ପରେ ଜଣେ ନିର୍ମାତା ତାଙ୍କ ମା’ଙ୍କ ନିକଟରୁ ଖାଇଥିଲେ ଶକ୍ତ ଚାପୁଡ଼ା । ଭାବନ୍ତୁ, ସେହି ନିର୍ମାତା ଜଣକ କିଏ ହୋଇଥିବେ?
ବିଧୁ ବିନୋଦ ଚୋପ୍ରାଙ୍କୁ ଆପଣ ଭଲ ଭାବରେ ଜାଣନ୍ତି । ରୂପେଲି ପରଦା ଉପରେ ପ୍ରତିଟି ଚରିତ୍ରକୁ ଜୀବନ୍ତ କରିପାରନ୍ତି ବିଧୁ ବିନୋଦ । ଅଭିନେତା ଅଭିନେତ୍ରୀଙ୍କ ନିକଟରୁ ମନ ମୁତାବକ କାମ ଆଦାୟ କରିବାରେ ବିଧୁ ବେଶ ଜଣାଶୁଣା ।
୨୦୦୭ ମସିହାର କଥା । ବିଧୁଙ୍କର ‘ଏକଲବ୍ୟ’ ଚଳଚ୍ଚିତ୍ରରେ ଅମିତାଭ କାମ କରୁଥିଲେ । ଦିନକର କଥା । ଅମିତାଭଙ୍କ ହାତରେ ଛୋଟିଆ ଲଗେଜଟିଏ ଦେଖି ବିଧୁ ପଚାରିଲେ, ‘ଏତେ କମ୍ ପରିମାଣର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଧରି ସୁଟିଂ କାମରେ ବାହାରକୁ ଯିବାକୁ ବାହାରିଛ ।’
ଅମିତାଭ ଜବାବ ଦେଲେ, ‘ଜୟା କହିଛନ୍ତି, ମୁଁ ତମ ସହିତ ସପ୍ତାହକରୁ ଅଧିକ ଦିନ ରହି ପାରିବିନି ।’ ମୋ ଉଚ୍ଚାରଣ ଓ ଆଚରଣ ସଂପର୍କରେ ଜୟା ସବୁ ଜାଣନ୍ତି ।
ସୁଟିଂ କାମ ଆଗେଇଲା । ସତକୁ ସତ ଆମେ ଦୁହେଁ ପ୍ରାୟ ୧୦ ଦିନ ଧରି ନିୟମିତ କଳି ଝଗଡ଼ା ଲାଗୁଥିଲୁ । ଅମିତାଭ ବେଶ ଧୈର୍ଯ୍ୟର ସହିତ ବିଧୁଙ୍କୁ ବରଦାସ୍ତ କରି ଚଳଚ୍ଚିତ୍ରଟିକୁ ସଂପୂର୍ଣ୍ଣ କଲେ । ପରିଣାମରେ ବିଧୁ ଅମିତାଭଙ୍କୁ ସାଢ଼େ ଚାରିକୋଟି ଟଙ୍କାର ଗାଡ଼ିଟିଏ ଉପହାର ଦେଲେ ।
ଅମିତାଭଙ୍କ ଭଳି ଉଚ୍ଚକୋଟୀର ଅଭିନେତା ସୁଟିଂ ସେଟ୍ ନିକଟରେ ନିଦେ୍ର୍ଦଶକଙ୍କ ପ୍ରତିଟି କଥାକୁ ଧ୍ୟାନର ସହିତ ଶୁଣନ୍ତି ଓ ସୁନାପିଲା ଭଳି ପାଳନ କରନ୍ତି ।
ଅମିତାଭଙ୍କ ସରଳ ଅମାୟିକ ବ୍ୟବହାର ବିଧୁଙ୍କ ହୃଦୟକୁ ଛୁଇଁ ଯାଇଥିଲା । ଖାସ୍ କରି ସେଇଥିପାଇଁ ବିଧୁ ଅମିତାଭଙ୍କୁ ଦାମୀ କାରଟିଏ ପ୍ରଦାନ କରିଥିଲେ ।
ବିଧୁ ପୁଣି କହିଲେ, ମା’ଙ୍କୁ ସାଙ୍ଗରେ ଧରି ସେ ଅମିତାଭଙ୍କ ଘରକୁ ଗଲେ । ଅମିତାଭଙ୍କୁ ଗାଡ଼ି ଚାବିଟିକୁ ହସ୍ତାନ୍ତର କରିବା ପରେ ବିଧୁ ତାଙ୍କର ମାରୁତି କାର ନିକଟକୁ ଫେରିଆସିଲେ ।
ଗାଡ଼ି ଚଳାଇ ଯାଉଥିବା ସମୟରେ ବିଧୁଙ୍କ ମା’ ପଚାରିଲେ, ‘ତୁ ଲମ୍ବୁକୁ ଗାଡ଼ି ଦେଇଦେଲୁ ।’ ବିଧୁ ନିକଟରୁ ‘ହଁ’ ଶୁଣିବା ପରେ ମା’ ପ୍ରଶ୍ନ କଲେ, ‘ତୁ ନିଜ ପାଇଁ ବଢ଼ିଆ ଗାଡ଼ିଟିଏ କିଣୁନୁ କ’ଣ ପାଇଁ?’ ।
ମା’ଙ୍କର ଧାରଣା ଥିଲା ‘ଅମିତାଭଙ୍କୁ ଦିଆଯାଇଥିବା ଗାଡ଼ିଟିର ଦାମ ଅତି ବେଶିରେ ୧୧ ଲକ୍ଷ ଟଙ୍କା ହେଇଥିବ । ଗାଡ଼ିର ଦାମ ଶୁଣିବା ପରେ ବିଧୁଙ୍କ ମା’ କାଳବିଳମ୍ବ ନକରି ବିଧୁଙ୍କ ଗାଲକୁ ଶକ୍ତଚାପୁଡ଼ାଟିଏ କଷି ଦେଲେ, କହିଲେ ‘ବୋକା କୋଉଠିକାର’