ମୁମ୍ବାଇ: ସାରା ଅଲ୍ଲୀ ଖାଁଙ୍କ ମୁହଁରେ ଏବେ ଜଣଙ୍କର ପ୍ରଶଂସା । ଯୁଆଡେ଼ ଗଲେ ତାଙ୍କ ବିଷୟରେ ବଖାଣିବାକୁ ଭୁଲୁନାହାନ୍ତି ଏହି ଅଭିନେତ୍ରୀ । କଥା କ’ଣ କି ସେ ବର୍ତ୍ତମାନ ଖିଲାଡ଼ି ମାଷ୍ଟର ଅକ୍ଷୟ କୁମାରଙ୍କ ପ୍ରଶଂସାରେ ଶତମୁଖ । ନିକଟରେ ସାରା ଏକ କମେଡି ଫିଲ୍ମ ସାଇନ କରିଛନ୍ତି । ହେଲେ ଏ ନେଇ ତାଙ୍କୁ କିଛି ଟିପ୍ସର ଆବଶ୍ୟକତା ପଡ଼ିଲା । ଆଉ ତା’ପରେ ଯେତେବେଳେ ତାଙ୍କୁ ନିଜ ମନ କଥା କହିଲେ ସେତେବେଳେ ଅକ୍ଷୟ ତାଙ୍କୁ କି ଟିପ୍ସ ଦେଲେ କେଜାଣି ଏବେ ସାରା ଖାଲି ‘ଅକ୍ଷୟ ଅକ୍ଷୟ’ ଜପି ହେଉଛନ୍ତି । ଏ ନେଇ ସାରା କହନ୍ତି ନିକଟରେ ମୁଁ ଏକ ନୂଆ ସିନେମା ସାଇନ କରିଛି, ଯାହାର ଟାଇଟଲ ଫାଇନାଲ ହୋଇନାହିଁ । ଏଥିରେ ଦର୍ଶକ ମୋତେ କମେଡି କରୁଥିବା ଦେଖିବାକୁ ପାଇବେ । ତେଣୁ ଏ ନେଇ ମୁଁ ଅକ୍ଷୟଙ୍କର ସହଯୋଗ ଲୋଡ଼ିଥିଲି । ସେ ମୋତେ କମେଡି ବିଷୟରେ ଯାହା ଟିପ୍ସ ଦେଇଛନ୍ତି ତାହା ମୋ ମନରେ ଥିବା ସବୁ ସନ୍ଦେହକୁ ଦୂର କରିଦେଇଛି ।