ଏଥର ଓଟିଟିରେ ଫିଲ୍ମ ଦେଖିବାକୁ ଅପେକ୍ଷା କରିବାକୁ ପଡ଼ିବ
କରୋନା ସମୟରେ ସିନେମା ହଲ ବନ୍ଦ ରହିବାରୁ ଓଟିଟି ପ୍ଲାଟଫର୍ମର ଡିମାଣ୍ଡ….
ମୁମ୍ବାଇ : କରୋନା ସମୟରେ ସିନେମା ହଲ ବନ୍ଦ ରହିବାରୁ ଓଟିଟି ପ୍ଲାଟଫର୍ମର ଡିମାଣ୍ଡ ବଢ଼ିଯାଇଥିଲା । ଫିଲ୍ମ ରିଲିଜ ହେବାର ୪ ସପ୍ତାହ ପରେ ଏହା ଓଟିଟି ପ୍ଲାଟଫର୍ମରେ ରିଲିଜ ହେଉଥିବାରୁ ଲୋକେ ମାସକ ଭିତରେ ଫିଲ୍ମ ଦେଖିପାରୁଥିଲେ । ହେଲେ ଏବେ ଓଟିଟି ପ୍ଲାଟଫର୍ମରେ ଫିଲ୍ମ ଦେଖିବାକୁ ହେଲେ ଆପଣଙ୍କୁ ଆହୁରି ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ । କାରଣ ସିନେମା ହଲ ଓ ପରେ ଓଟିଟି ପ୍ଲାଟଫର୍ମରେ ଫିଲ୍ମ ରିଲିଜ ହେବାର ସମୟ ବ୍ୟବଧାନ ବଢ଼ିଯାଇଛି । ସୂଚନା ଅନୁସାରେ ସିନେମା ହଲରେ ରିଲିଜ ହେବାର ୪ ସପ୍ତାହ ବଦଳରେ ୮ ସପ୍ତାହ ପରେ ଯାଇ ଫିଲ୍ମ ଓଟିର୍ଟିରେ ରିଲିଜ ହେବ ।