ପୁଣିଥରେ ଟାଇଗର ଆକ୍ସନ

ସେତିକିବେଳକୁ ଟାଇଗରଙ୍କ ନାମ ତାଙ୍କ ମନକୁ ଆସିଥିଲା…

ମୁମ୍ବାଇ: ବଲିଉଡର ୟଙ୍ଗ ସେନସେସନ ଟାଇଗର ଶ୍ରଫ ନିଜକୁ ଜଣେ ଆକ୍ସନ ଷ୍ଟାର ଭାବରେ ପରିଚିତ କରାଇ ସାରିଲେଣି । ଏବେ ସେ ପୁଣି ଥରେ ଆଲୋଚନାର କେନ୍ଦ୍ର ବିନ୍ଦୁ ସାଜିଛନ୍ତି । ଦେଖୁନାହାନ୍ତି, ଯେପରି ଏକ ଆକ୍ସନ ପ୍ଲଟ ସେ ଖୋଜୁଥିଲେ ତାହା ତାଙ୍କୁ ମିଳିଯାଇଛି । ଏଭଳି କାହାଣୀକୁ ନେଇ ସିନେମାଟିଏ ନିର୍ଦ୍ଦେଶନା ଦେବେ ଶଶାଙ୍କ ଖୈତାନ । ଏହି ଫିଲ୍ମର ଲିଡ ରୋଲର କିଏ ଅଭିନୟ କରିବ ସେ ନେଇ ନିର୍ଦ୍ଦେଶକ ଚିନ୍ତାରେ ଥିଲେ ଠିକ । ସେତିକିବେଳକୁ ଟାଇଗରଙ୍କ ନାମ ତାଙ୍କ ମନକୁ ଆସିଥିଲା । ବାସ, ବିଳମ୍ବ ନ କରି ତାଙ୍କୁ ଯୋଗାଯୋଗ କରାଯାଇଥିଲା ଏବଂ ଟାଇଗର ମଧ୍ୟ ସେ ନେଇ ନିଜର ସମ୍ମତି ପ୍ରଦାନ କରିସାରିଛନ୍ତି । ଏହି ନୂଆ ଫିଲ୍ମଟିରେ ଦର୍ଶକଙ୍କୁ ପ୍ରଭାବିତ କରିବା ଭଳି ମସଲା ଭରି ରହିଛି ।