ଦିଶାଙ୍କ ସହ ରିଲେସନସିପ୍‌କୁ ନେଇ ଟାଇଗରଙ୍କ ସ୍ପଷ୍ଟୀକରଣ

ଉଭୟଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବେ କହିଥିଲେ…..

ମୁମ୍ବାଇ: କଫି ୱିଥ୍‌ କରଣର ଅନେକ ପପୁଲାର ଷ୍ଟାର ଏହି ଏପିସୋଡରେ ଆସି ନିଜର ପର୍ସନାଲ ପ୍ରୋଫେସନାଲ ବିଷୟରେ ଅନେକ କଛି ସେୟାର କରିଛନ୍ତି । ଏହି ସମୟରେ ଟାଇଗର ଶ୍ରଫ୍‌ ଏବଂ ଦିଶା ପାଟାନୀଙ୍କ ବ୍ରେକଅପ୍‌ ନେଇ ଅନେକ ଆଲୋଚନା କରାଯାଇଛି । ଉଭୟଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବେ କହିଥିଲେ । କରଣ ଜୋହର ଟାଇଗରଙ୍କୁ ପଚାରିଛନ୍ତି ତାଙ୍କର ରିଲେସନସିପ ଷ୍ଟାଟସ କ’ଣ ଏବଂ ସେ ଦିଶା ପାଟାନୀଙ୍କୁ ଡେଟ କରୁଛନ୍ତି କି? ଏହାର ଉତ୍ତରରେ ଟାଇଗରଙ୍କୁ ମୁଁ କହିଛନ୍ତି ଯେ ହଁ ଆମେ କେବଳ ଭଲ ବନ୍ଧୁ । ଜଣେ ଭଲ ବନ୍ଧୁ ହିସାବରେ ଆଗରୁ ଯେପରି ଥିଲି ।

ଏହା ପରେ କରଣ କହିଛନ୍ତି ଯେ ପ୍ରତ୍ୟେକ ରବିବାର ଉଭୟ ରେଷ୍ଟୁରାଣ୍ଟରେ ଏକାଠି ନଜର ଆସନ୍ତି । ଟାଇଗର କହିଛନ୍ତି ଯେ ଆମେ ଦୁହେଁ ଏକା ପରି ଖାଦ୍ୟ ଖାଇବାକୁ ପସନ୍ଦ କରୁ । କରଣ ଏହା ମଧ୍ୟ କହିଥିଲେ କି ଉଭୟଙ୍କ ବ୍ରେକଅପ ବିଷୟରେ ଅନେକ ଗୁଜବ ଚାଲିଛି । ଏହା ଶୁଣିବା ପରେ ଟାଇଗର ହସିକି କୁହନ୍ତି, ଏହା ପ୍ରକୃତରେ… ଠିକ, ଦୀର୍ଘ ଦିନ ଧରି ଆମକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି । ହେଲେ ଆମେ ସବୁବେଳେ ଆମର ବନ୍ଧୁତା ବଜାୟ ରଖିଛୁ ଆଗକୁ ବି ରଖିବୁ ।