ମୁମ୍ବାଇ: ଆଜି ଫରହାନ ଅଖତର ନିଜ ଗାର୍ଲଫ୍ରେଣ୍ଡ ଶିବାନୀ ଦାଣ୍ଡେକରଙ୍କୁ ବିବାହ କରିବେ। ଆଜି ବଲିଉଡ଼ର ଏହି ଲଭ ବାର୍ଡସ ସବୁଦିନ ପାଇଁ ଏକାଠି ହେବାକୁ ଯାଉଛନ୍ତି । ଏଥିରେ ତାଙ୍କ ପୁରା ପରିବାର ସାମିଲ ରହିବେ।
ସୂଚନା ଅନୁଯାୟୀ ଫରହାନ ଅଖତର ଓ ଶିବାନୀ ଦାଣ୍ଡେକର ଖଣ୍ଡାଲା ସ୍ଥିତ ଫାର୍ମହାଉସରେ ବିବାହ କରିବେ। ଖବର ମୁତାବିକ ଏଥିରେ ଏକ ଶପଥ ସେରିମନି ହେବ। ଯେଉଁଥିରେ ଦୁହେଁ ଦୁହିଁଙ୍କ ପାଇଁ ଶପଥ ପଢ଼ାଇ କରିବେ।
ଦୁହେଁ ଏହି ଖାସ ଦିନକୁ ପ୍ରାଇଭେଟ ରଖିବାକୁ ଚାହୁଁଛନ୍ତି। କହିଦେବାକୁ ଚାହୁଁ ଯେ ଫରହାନ ଅଖତରଙ୍କ ଏହା ଦ୍ୱିତୀୟ ବିବାହ। ୪୮ ବର୍ଷର ଫରହାନ ଅଖତର ଏବେ ନିଜ ୪୧ ବୟସ୍କା ପ୍ରେମିକା ଶିବାନୀଙ୍କୁ ବିବାହ କରିବେ। ଫରହାନ ପ୍ରଥମେ ବ୍ରିଟିଶ-ଇଙ୍ଗଲିସ୍ ହେୟାରଷ୍ଟାଇଲିଷ୍ଟ ଅଧୁନା ଭବାନୀଙ୍କୁ ବିବାହ କରିଥିଲେ। ୨୦୦୦ ମସିହାରେ ଏମାନଙ୍କ ବିବାହ ହୋଇଥିଲା। ଏମାନଙ୍କ ପ୍ରଥମ ଦେଖା ଦିଲ ଚାହତା ହେ ମୁଭି ସୁଟିଂ ସମୟରେ ହୋଇଥିଲା। ସେହି ସମୟରେ ଭବାନୀ ହେୟାର ଷ୍ଟାଇଲିସ ଭାବେ ବଲିଉଡ଼ରେ ଡେବ୍ୟୁ କରିଥିଲେ। ସେମାନଙ୍କ ବଡ଼ ଝିଅର ନାମ ଥିଲା ଶାକ୍ୟା ଓ ସାନ ଝିଅର ନାମ ଅକୀରା । ଶେଷରେ ୨୦୧୭ରେ ସେମାନଙ୍କର ଡିଭୋର୍ସ ହୋଇଥିଲା।