ଫ୍ୟାନ୍ସଙ୍କୁ ଚକମା ଦେଇ ଟ୍ରୋଲ ହେଲେ ଉର୍ବଶୀ

ଯାହାକୁ ନେଇ ୟୁଜର୍ସମାନେ ଟ୍ରୋଲ କରିବା ଆରମ୍ଭ କରିଥିଲେ….

ମୁମ୍ବାଇ : ଫ୍ୟାନ୍ସଙ୍କୁ ଚକମା ଦେଲେ ଉର୍ବଶୀ ରୌତେଲା । ପୋଷ୍ଟ କଲେ ଭିଡିଓ ଆଉ କିଛି ସମୟ ପରେ କରିଦେଲେ ଡିଲିଟ । ଯେଉଁଥିରେ ଲେଖିଥିଲେ କି, ମତେ ରକ୍ଷା କର । ଯାହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଯାଇଛି । ବଲିଉଡ଼ ଅଭିନେତ୍ରୀ ଉର୍ବଶୀ ସବୁବେଳେ ଚର୍ଚ୍ଚାରେ ଥାନ୍ତି । କିନ୍ତୁ ଏବେ ଉର୍ବଣୀ ଏକ ପୋଷ୍ଟ ସମସ୍ତଙ୍କୁ ଚକିତ କରିଦେଇଛି । ଯାହାକୁ ନେଇ ୟୁଜର୍ସମାନେ ଟ୍ରୋଲ କରିବା ଆରମ୍ଭ କରିଥିଲେ । କିନ୍ତୁ ଏହାର କିଛି ସମୟ ପରେ ଉର୍ବଶୀ ସେହି ପୋଷ୍ଟକୁ ଡିଲିଟ କରିଦେଇଛନ୍ତି । ତେବେ ଉର୍ବଶୀ ପୋଷ୍ଟ କରିଥିବା ଭିଡିଓଟି ‘ଦ ଲେଜେଣ୍ଡ’ ଫିଲ୍ମର ବୋଲି ଜଣାପଡିଛି । ଏହାଏକ ଆକ୍ସନ-ଥ୍ରୀଲର ତାମିଲ ଫିଲ୍ମ । ଏହି ଫିଲ୍ମ ଜରିଆରେ ତାମିଲ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବେ ଉର୍ବଶୀ ରୌତେଲା ।