ମୁମ୍ବାଇ: ଅଭିନେତ୍ରୀ ଉର୍ଫି ଜାଭେଦଙ୍କ ପାଇଁ ନୂଆ ସମସ୍ୟା ଠିଆ ହୋଇଛି । କଥା କ’ଣ କି? ସାଉଦି ଆରବରେ ଲାଗୁ ନୂତନ ନିୟମ ଅନୁସାରେ ବିନା ସାଙ୍ଗିଆରେ ନାମ ଲେଖୁଥିବା ଭାରତୀୟଙ୍କୁ ପାସପୋର୍ଟ ମିଳିବନି । ଉର୍ଫି ତାଙ୍କ ଆବେଦନ ପତ୍ରରେ କେବଳ ନାମଟି ଲେଖିଛନ୍ତି, ସାଙ୍ଗିଆ ବ୍ୟବହାର କରି ନାହାନ୍ତି । ତେଣୁ ତାଙ୍କୁ ଆଉ ପାସପୋର୍ଟ ମିଳିବାର ସମ୍ଭାବନା ନାହିଁ ।
ଭାରତୀୟ ଅଭିନେତା ଅଭିନେତ୍ରୀଙ୍କ ପାଇଁ ସାଉଦି ଆରବ ଟଙ୍କା ଗଛ । ହାତରେ କୌଣସି ଚଳଚ୍ଚିତ୍ର ନଥିଲେ ବଲିଉଡ୍ ଅଭିନେତା ଅଭିନେତ୍ରୀ ସାଉଦି ଆରବ ଯାଇ ସେଠାରେ ନାନା ସୋ’ରେ ଭାଗ ନେଇ ବେଶ ମୋଟାଅଙ୍କ କମାଇଥାନ୍ତି ।
ଉର୍ଫିଙ୍କ ଭାଗ୍ୟରେ ସାଉଦି ଆରବ ଏକ ସ୍ୱପ୍ନ ହୋଇ ରହିଯିବନି ତ? ଖୁବ୍ ନିକଟରେ ଉର୍ଫି ତାଙ୍କ ନାମରେ ସାମାନ୍ୟ ପରିବର୍ତନ କରିଛନ୍ତି । ଉର୍ଫି ତାଙ୍କ ଇଂରାଜୀ ନାମରେ ‘ଓ’ ସଂଯୋଗ କରିଥିଲେ । ଯାହା ଔପଚାରିକ ଭାବେ ଟଜୠଓ ବଦଳରେ ଟଙଜୠଓ ରହିଛି । ଉର୍ଫିଙ୍କ ପାସପୋର୍ଟ ଆବେଦନ ପତ୍ରରେ ଟଙଜୠଓ ଲେଖାଯାଇଛି । ସେ ସାଙ୍ଗିଆ ‘ଜାଭେଦ’ ଲେଖି ନଥିଲେ । ମୂଳ ନାମ ସହିତ କାଂଟଛାଂଟ କରିଥିବାରୁ ଉର୍ଫିଙ୍କ ଅଡୁଆ ବଢ଼ିଯାଇଛି ।
୨୧ ନଭେମ୍ବରରେ ଏୟାର ଇଣ୍ଡିଆ ଓ ଏଆଇ ଏକ୍ସପ୍ରେସ ମିଳିତ ସର୍କୁଲାର ଜାରି କରି ଉଲ୍ଲେଖ କରିଥିଲେ ଯେ ପାସପୋର୍ଟରେ ସାଙ୍ଗିଆ ବ୍ୟବହାର କରି ନଥିବା ଭାରତୀୟଙ୍କୁ ସାଉଦି ଆରବ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରବେଶ ଅନୁମତି ମିଳିବନି । ଖାସ୍ କରି ଯେଉଁ ଭାରତୀୟମାନେ ଭ୍ରମଣ ଅବା କିଛିଦିନ ରହଣି ପାଇଁ ସାଉଦି ଆରବ ଯିବାକୁ ଚାହାନ୍ତି, ସେମାନଙ୍କ ପାସପୋର୍ଟରେ ନାମ ସହିତ ସାଙ୍ଗିଆ ଲେଖାଯିବା ଜରୁରୀ ।