ଅଖା ପିନ୍ଧି ଟ୍ରୋଲ ହେଲେ ଉର୍ଫି

ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି…

ମୁମ୍ବାଇ : ବଲିଉଡର ଜଣାଶୁଣା ଅଭିନେତ୍ରୀ ଉର୍ଫି ଜାଭେଦ ସବୁବେଳେ ତାଙ୍କ ଡ୍ରେସିଂ ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ରୁହିବା ସହ ଖୁବ ଟ୍ରୋଲ ମଧ୍ୟ ହୁଅନ୍ତି । ଏବେ ପୁଣିଥରେ ନିଜ ଡ୍ରେସିଂକୁ ନେଇ ସେ ଚର୍ଚ୍ଚାକୁ ଆସିଛନ୍ତି । ପୂର୍ବରୁ ଉର୍ଫି କାଚ, କର୍ଟନ୍‌, ଡୋର ସ୍କ୍ରିନ ଯାଏଁ ଡ୍ରେସିଂ ପିନ୍ଧିଥିଲେ । ହେଲେ ଏଥର ସେ ଅଖାରୁ ତିଆରି କରି ଡ୍ରେସିଂ ପିନ୍ଧିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ସେ ଅଖା କାଟି ଏକ ସ୍ଲିଟ ମିନି ସ୍କର୍ଟ ଏବଂ ଫସଲ ଟପ ତିଆରି କରିଛନ୍ତି । ଏହି ପୋଷକ ସହିତ ହାଇ ହିଲ ଏବଂ ନ୍ୟୁଡ ମେକ ଓଭର କରିଛନ୍ତି । ସେ ତାଙ୍କ ଡ୍ରେସିଂ ସେନ୍ସକୁ ନେଇ ପ୍ରାୟ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ।